ବିରୋଧୀ ମେଣ୍ଟର ନୂଆ ନାଁ INDIA

NDA କୁ ଟକ୍କର ଦେବ INDIA

ବିରୋଧୀ ମେଣ୍ଟକୁ ମିଳିଲା ନୂଆ ନାଁ । ୨୬ ଦଳର ବୈଠକ ସମୟରେ ମେଣ୍ଟ ନାଁ ଉପରେ ଲାଗିଛି ମୋହର । ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟକୁ ବିରୋଧୀଙ୍କ ଇଣ୍ଡିଆ ଦେବ ଟକ୍କର । INDIA ର ଫୁଲଫର୍ମ ହେଉଛି ନ୍ୟାସନାଲ ଡେଭେଲପମେଣ୍ଟାଲ ଇନକ୍ଲୁସିଭ ଆଲାୟନ୍ସ । ଇଣ୍ଡିଆ ନାଁକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଛନ୍ତି । ଆଜିର ବୈଠକରେ ୬ଟି ପ୍ରସଙ୍ଗରେ ଆଲୋଚନା ହେଉଥିବା ଜଣାପଡିଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ କମନ ମିନିମମ ପ୍ରୋଗ୍ରାମ ଚିଠା ପ୍ରସ୍ତୁତି ଓ ବିପକ୍ଷ ଗୋଷ୍ଠୀ ମେଣ୍ଟ ପାଇଁ ଆବଶ୍ୟକୀୟ ଯୋଗସୂତ୍ର ତିଆରି କରିବା ପାଇଁ ସବ କମିଟି କରାଯିବ। ସେହିପରି ଦଳଗୁଡ଼ିକର ସମ୍ମେଳନ, ରାଲି ଓ ଦୁଇ ଦଳ ମଧ୍ୟରେ ବିରୋଧାଭାସ ଦୂର କରିବା ପାଇଁ ସବ କମିଟି ଗଠନ କରାଯିବ। ରାଜ୍ୟ ଆଧାରରେ ସିଟ୍ ସେୟାରିଂ ନେଇ ମଧ୍ୟ ବୈଠକରେ ଆଲୋଚନା ହେଉଛି । ଇଭିଏମ୍ ପ୍ରସଙ୍ଗରେ ଚର୍ଚ୍ଚା କରି ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦେବା । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାରୁ ଆଉଟ କରିବାକୁ ପ୍ରସ୍ତୁତ ହେଉଛି ରୋଡମ୍ୟାପ୍ । କଂଗ୍ରେସ, ଟିଏମସି, ଶିବସେନା, ସମାଜବାଦୀ ପାର୍ଟି ଭଳି ୨୫ଟି ଦଳର ନେତା ସୋମବାରଠାରୁ ବେଙ୍ଗାଳୁରୁରେ ଡେରା ପକାଇଥିବା ବେଳେ ଆଜି ପହଞ୍ଚିଥିଲେ ଏନସିପି ସୁପ୍ରିମୋ ଶରଦ ପାଓ୍ବାର । ସେପଟେ ବିରୋଧୀ ମହାମେଳିର ସଫଳତା ଦେଖି ବିଜେପି ବିଚଳିତ । ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟକୁ ନ୍ୟାସନାଲ ଡିଜାଷ୍ଟର ଆଲାଆନ୍ସ କହି ସମାଲୋଚନା କରିଛି କଂଗ୍ରେସ । ଇଣ୍ଡିଆ ନାମକରଣ ପଛରେ ଅନେକ କାରଣ ରହିଥିବା କୁହାଯାଉଛି । ଉଦ୍ଧବ ଠାକରେ ଗୋଷ୍ଠୀର ଶିବସେନା ନେତା ପ୍ରିୟଙ୍କା ଚତୁର୍ବେଦୀ ଟ୍ୱିଟ କରି କହିଛନ୍ତି ତେବେ ଏଥର ୨୦୨୪ ହେବ ‘ଟିମ୍ ଇଣ୍ଡିଆ ବନାମ ଟିମ୍ ଏନଡିଏ’ ଚକ ଦେ ଇଣ୍ଡିଆ ।