ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

‘ପୂର୍ବ ସରକାରରେ ହୋଇଥିବା ଦୁର୍ନୀତିର ତଦନ୍ତ କର’

ଦୁର୍ନୀତି ନେଇ ଶୂନ୍ୟ ସହନଶୀଳତା ଅବଲମ୍ବନ କରିବାକୁ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେବା ସହ ଯଦି କିଛି ଅନିୟମିତତା ହେଉଛି ତାହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବ ସରକାର ବେଳେ ହୋଇଥିବା ଦୁର୍ନୀତିର ତଦନ୍ତ କରିବାକୁ ମଧ୍ୟ ଏହି ଅବସରରେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଗଣମାଧ୍ୟମ, ସୋସିଆଲ ମିଡିଆରେ ଆସୁଥିବା ଅଭିଯୋଗ ବାବଦରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବି ପରାମର୍ଶ ଦେଇଛନ୍ତି। ସରକାରକୁ ଆସିବା ପରେ ପ୍ରଥମ ଥର ସବୁ ଜିଲ୍ଲାପାଳଙ୍କୁ ନେଇ ବୈଠକ କରିଛନ୍ତି ରାଜ୍ୟ ସରକାର । ଏହି ଅବସରରେ ଜିଲ୍ଲାପାଳ ମାନେ ଜିଲ୍ଲା ସ୍ତରରେ ଲୋକଙ୍କୁ ତ୍ବରିତ ସେବା ପ୍ରଦାନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାସ୍ତରରେ ସାଧାରଣ ଲୋକ ସରକାର କହିଲେ ଜିଲ୍ଲାପାଳମାନଙ୍କୁ ବୁଝିଥାନ୍ତି । ତେଣୁ ଜିଲ୍ଲାସ୍ତରରେ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାମକୁ ତ୍ବରିତ ବେଗରେ କରିବାକୁ କହିଛନ୍ତି । ଜିଲ୍ଲାପାଳମାନେ ଗ୍ରାଉଣ୍ଡ ଲେଭେଲରେ ସମସ୍ୟାର ସମାଧନ କଲେ ରାଜ୍ୟ ଆଗକୁ ବଢ଼ିବ । ସରକାର ଉନ୍ନୟନ କାମ ପାଇଁ ଖର୍ଚ୍ଚ କରୁଥିବା ସମସ୍ତ ବ୍ୟବସ୍ଥା ଯେମିତି ଲୋକଙ୍କ ପାଖରେ ପହଞ୍ଚିବ ସେନେଇ ତତ୍ପର ହେବାକୁ ମଧ୍ୟ କହିଛନ୍ତି । ସେପଟେ ଆଜି ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ବୈଠକ କରିବା ପରେ ଆସନ୍ତାକାଲି ସମସ୍ତ ଜିଲ୍ଲାର ଏସପି ମାନଙ୍କ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *