ବିଜେଡି-କଂଗ୍ରେସ ମେଣ୍ଟ ଚର୍ଚ୍ଚା, ମୋକିମଙ୍କ ପ୍ରତିକ୍ରିୟା

‘ଶାସନ ହାତରୁ ଗଲା ପରେ ବି ବିଳିବିଲାଉଛନ୍ତି’

କଂଗ୍ରେସ ସହ ହାତ ମିଳେଇବା, ରାଜ୍ୟରେ ସରକାର କରିବା। ଖୋଲା ମଂଚରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଚାଂଚଲ୍ୟକର ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ କହିଛନ୍ତି, ବିଜେଡି ସହ ମେଣ୍ଟ କରିବାର ଆଦୌ ପ୍ରଶ୍ନ ଉଠୁନି। କଂଗ୍ରେସ ଦକ୍ଷ ବିରୋଧୀ ଦଳ ଭାବେ ଗୃହରେ ଓ ବାହାରେ କାର୍ଯ୍ୟ କରୁଛି। ମୋକିମ୍ ପ୍ରଶ୍ନ କରିଛନ୍ତି, ଦେବାଶିଷ ସାମନ୍ତରାୟ କିଏ କଂଗ୍ରେସ ମେଣ୍ଟ ପ୍ରସଙ୍ଗରେ କଥା କହିବେ। ମୋକିମ୍ ପ୍ରଶ୍ନ କରିଛନ୍ତି, ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ କେମିତି ଜାଣିଲେ ଉପନିର୍ବାଚନ ହେବ। ସେପଟେ ଦେବାଶିଷଙ୍କ ମନ୍ତବ୍ୟକୁ କଟାକ୍ଷ କରିଛି ବିଜେପି। ଦଳ କହିଛି, ଏହା ପାଗଳର ପ୍ରଳାପ। ଦିନରେ ଶୋଇ ସ୍ବପ୍ନ ଦେଖୁଛନ୍ତି। ବିଜେଡିରୁ ଜଣଙ୍କ ପରେ ଜଣେ ନେତା ବିଜେପିକୁ ଆସୁଥିବାରୁ କର୍ମୀଙ୍କ ବଳ ଦେବାକୁ ଏମିତି ମନ୍ତବ୍ୟ ଦେଉଛନ୍ତି । ପାରାଦୀପ କୁଜଙ୍ଗରେ ଆୟୋଜିତ ଦଳୀୟ ମଞ୍ଚରେ କର୍ମୀଙ୍କୁ ଉଦବୋଧନ ଦେବା ଅବସରରେ ଦେବାଶିଷ କହିଥିଲେ, ହାଇକୋର୍ଟରେ ୭ଟି କେସ୍ ଫାଇଲ ହୋଇଛି। ସେଠି ଯେଉଁ ବାଇ-ଇଲେକ୍ସନ ହେବ, ସେଥିରେ ନବୀନ ବାବୁ କେବଳ ହାତ ହଲେଇଦେଇ ଆସିଗଲେ, ଆମେ ଜିତିଯିବୁ। ଏପରିକି ଦରକାର ପଡିଲେ ଆମେ କଂଗ୍ରେସ ସହ ହାତ ମିଳେଇଦେବା ଏବଂ ନୂଆ ସରକାର କରିଦେବା ବୋଲି କହିଥିଲେ ଦେବାଶିଷ।

Leave a Reply

Your email address will not be published. Required fields are marked *