ତପ୍ତପାଣି ଘାଟିରେ ୧୫ ଫୁଟ୍‌ ତଳକୁ ଖସିଲା ବାଇକ୍

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟିରେ । ଭାରସାମ୍ୟ ହରାଇ ଲୁହା ବାରିକେଟକୁ ଧକ୍କା ଦେଇ ୧୫ ଫୁଟ୍‌ ତଳକୁ ଖସିଲା ବାଇକ୍। ଫଳରେ ଦୁର୍ଘଟଣାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ତେବେ ମୃତ ବାଇକ୍‌ ଆରୋହୀ ଜଣଙ୍କ ସାନଖେମୁଣ୍ଡି ବ୍ଲକ କଂସ।ମାରୀ ଗାଁର ଡି. ସନ୍ତୋଷ ହୋଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ସକାଳ ପ୍ରାୟ ୧୦ଟା ସମୟରେ ସନ୍ତୋଷ ତପ୍ତପାଣିରୁ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ବାଇକ୍‌ଟି ଭାରସାମ୍ୟ ହରାଇ ଗୋବିନ୍ଦପୁର ନିକଟରେ ଥିବା ଖେମୁଣ୍ଡି ଖୋଲ ଲୁହା ବାରିକେଟକୁ ଧକ୍କା ଦେଇ ୧୫ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ବାରମ୍ବାର ଏହି ସ୍ଥାନରେ ଦୁର୍ଘଟଣା ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନକୁ ସ୍ଥାନୀୟ ଲୋକେ ଦାୟୀ କରୁଥିବା ଏଖିବାକୁ ମିଳିଛି ।