ଭରତପୁର ଥାନାର ନିର୍ଯାତନା କାହାଣୀ !

କାଳ ରାତିର କାହାଣୀ ବାଖାଣିଲେ ମେଜରଙ୍କ ବାନ୍ଧବୀ

କାଳ ରାତିର କାହାଣୀ ବାଖାଣିଲେ ମେଜରଙ୍କ ବାନ୍ଧବୀ । ଭୁବନେଶ୍ୱର AIIMSରୁ ମେଜର ଗୁରୁବଂଶଙ୍କ ବାନ୍ଧବୀଙ୍କ ସାଂଘାତିକ ଅଭିଯୋଗ । କାନ୍ଦି କାନ୍ଦି ବଖାଣିଲେ ପୋଲିସ ବର୍ବରତାର କାହାଣୀ । AIIMSରେ ଚିକିତ୍ସିତ ହୋଇ ସ୍ୱାସ୍ଥ୍ୟ ଅବସ୍ଥା ଟିକେ ସୁଧୁରିବା ପରେ ଆଜି ଘଟଣା ଦିନର ପୂରା କାହାଣୀ ବଖାଣିଛନ୍ତି ମେଜର ଗୁରୁବଂଶଙ୍କ ବାନ୍ଧବୀ। ସେ ଦିନ କାଳ ରାତିରେ ରାକ୍ଷସ ପାଲଟିଥିଲା ପୋଲିସ । ଏପରିକି ମେଜରଙ୍କ ବାନ୍ଧବୀଙ୍କୁ ଉଲଗ୍ନ କରିବା ପାଇଁ ମଧ୍ୟ ପଛାଇ ନଥିଲା । ହାତ ଗୋଡ଼ ବାନ୍ଧିବା ସହ ପ୍ରାଇଭେଟ୍ ପାଟକୁ ଗୋଇଠା ମଧ୍ୟ ମାରିଥିଲେ ପୁରୁଷ ପୋଲିସ । ଏମସରେ ଚିକିତ୍ସିତ ହେଉଥିବା ବାନ୍ଧବୀ ଆଜି ଗଣମାଧ୍ୟମରେ ସେ ଦିନ ରାତିର ଘଟଣା ବିଷୟରେ ବଖାଣିଛନ୍ତି ।

ପୀଡ଼ିତା ତଥା ମେଜରଙ୍କ ବାନ୍ଧବୀଙ୍କ କହିବା ଅନୁସାରେ, ରାତି ପ୍ରାୟ ଗୋଟାଏ ବେଳେ ନିଜର ରେସ୍ତୁରାଣ୍ଟ ବନ୍ଦ କରି ସେ ଘରକୁ ଫେରୁଥିବା ବେଳେ କିଛି ଲୋକ ତାଙ୍କୁ ରାସ୍ତାରେ ଅଟକାଇ ଝଗଡ଼ା କରିଥିଲେ। ଫଳରେ ଉକ୍ତ ରୋଡ ରୋମିଓଙ୍କ କବଳରୁ ବଞ୍ଚିବା ପାଇଁ ଉଭୟ ଭରତପୁର ଥାନାରେ ପହଞ୍ଚିଥିଲୁ । ସେତେବେଳେ ଥାନା ରେ ଜଣେ ମହିଳା ନାଇଟ ପିନ୍ଧି ବସିଥିଲେ । ତାଙ୍କ ଛଡ଼ା ଆଉ କୌଣସି ପୋଲିସ କର୍ମଚାରୀ ନଥିଲେ। ତେଣୁ ସମ୍ପୃକ୍ତ ମହିଳା କଷ୍ଟେବଳଙ୍କୁ FIR ଲଜ୍‌ କରିବା ପାଇଁ ଅନୁରୋଧ କରିଥିଲି। ହେଲେ ସେ FIR ଲଜ୍‌ କରିବା ବଦଳରେ ଗାଳି ଦେଇଥିଲେ । କିଛି ସମୟ ପରେ ଏକ ପାଟ୍ରୋଲିଂ ଗାଡ଼ି ଆସି ଥାନାରେ ପହଞ୍ଚିଥିଲା । ସେଥିରେ ଥିବା ମହିଳା ଓ ପୁରୁଷ ପୋଲିସ କର୍ମଚାରୀ ଏଫଆଇଏର୍ ଲେଖିବା ପାଇଁ କହିଥିଲେ । ଏହା ପରେ ତାଙ୍କ ପୁରୁଷ ବନ୍ଧୁଙ୍କୁ କଷ୍ଟଡିରେ ରଖିଥିଲେ ଯାହାକୁ ପୀଡ଼ିତା ଅର୍ଥାତ ମେଜରଙ୍କ ବାନ୍ଧବୀ ପ୍ରତିବାଦ କରିଥିଲେ । ଯାହା ପରେ ଉକ୍ତ ସ୍ଥାନରେ ଥିବା ମହିଳା ପୋଲିସ କର୍ମଚାରୀ ତାଙ୍କୁ ମାଡ଼ ମାରିଥିଲେ । ତାଙ୍କ ହାତ ଗୋଡ଼ି ବାନ୍ଧି ପକାଇ ଦେଇଥିଲେ । ପୀଡ଼ିତା ଆହୁରି କହିଛନ୍ତି, ଲକ୍‌ଅପ୍‌ରେ ରହିବାର କିଛି ସମୟ ପରେ ଜଣେ ପୁରୁଷ ଅଫିସର ଆସିଥିଲେ, ସେ ମୋ ଅନ୍ତବସ୍ତ୍ର ଖୋଲି ମୋତେ ଗୋଇଠା ମାରିବା ଆରମ୍ଭ କରିଥିଲେ । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଭରତପୁର ଥାନାର ଅସଲ ଚେହେରା ପଦାରେ ପକାଇଛନ୍ତି ପିଡିତା ।

Leave a Reply

Your email address will not be published. Required fields are marked *