‘ନିମ୍ନମାନର କାମ ଯୋଗୁଁ ଭୁଶୁଡିଲା ବ୍ରିଜ’

ହଠାତ ଭୁଶୁଡି ପଡିଲା ବ୍ରିଜ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ରସୁଲପୁର ନିକଟରେ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ। ରସୁଲପୁର ନିକଟରେ ଥିବା ପୋଲଟି ଭୁଶୁଡ଼ି ପଡ଼ିଛି। ବ୍ରିଜର ଗୋଟିଏ ସ୍ଥାନ ସଂପୂର୍ଣ୍ଣ ଭୁଶୁଡ଼ି  ପଡ଼ିବାରୁ ୧୬ ନମ୍ବର ଜାତୀୟ ରାଜପଥରେ ଗୋଟିଏ ଲାଇନରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ତେବେ ଆଜି ଭୋରୁ ହଠାତ ଏହି ବ୍ରିଜଟି   ଭୁଶୁଡ଼ି ପଡ଼ିଲା । ଏହାକୁ ସ୍ଥାନୀୟ ଲୋକେ ଦେଖିବା ପରେ ତୁରନ୍ତ କିପରି ଦୁର୍ଘଟଣା ନହେବ ସେନେଇ ପଦକ୍ଷେପ ନିଆଗଲା  ଯାହାଫଳରେ କୌଣସି କ୍ଷୟକ୍ଷତି ହୋଇନଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ , ୨୦୦୭-୦୮ରେ ଏହି ପୋଲଟି ତିଆରି ହୋଇଥିଲା। ଆଜି ସକାଳେ ପୋଲଟି ଭୁଶୁପଡ଼ିଥିଲା। ନିମ୍ନମାନର କାମ ଯୋଗୁ ପୋଲଟି ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ଆଣିଛନ୍ତି ଲୋକେ । ତେବେ ଏହି ରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ ବନ୍ଦ ଥିବା ବେଳେ ସ୍ଥାନିୟରେ ବଡ ଅସନ୍ତୋଷ ଦେଖିବାକୁ ମିଳିଛି ।