ସ୍କବ ଟାଇଫସ୍ ସଂକ୍ରମଣ ନେଲା ୪ ଜୀବନ
ଡରାଉଛି ସ୍କବ ଟାଇଫସ୍ । ଆଉ ଜଣଙ୍କ ମୃତ୍ୟୁ ପରେ ବଢ଼ିଲା ଚିନ୍ତା । ପୂର୍ବରୁ ୩ ଜଣଙ୍କର ସ୍କବ ଟାଇଫସ୍ କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଏବେ ଆଉ ଜଣଙ୍କ ମୃତ୍ୟୁ ନେଇ ସୂଚନା ମିଳିଛି । ମୃତକ ବରଗଡ଼ ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ତେବେ ରାଜ୍ୟ ବାହାରେ ତାଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକ ଭିନ୍ନ ଭିନ୍ନ ସ୍ଥାନର ହୋଥିବା ବେଳେ ଏହାର ତଦନ୍ତ ପାଇଁ ଗାଁକୁ ମେଡିକାଲ ଟିମ୍ ପଠାଯାଇଛି । ମୃତ୍ୟୁ ହୋଇଥିବା ଗାଁରେ ଅନ୍ୟ କେହି ସଂକ୍ରମିତ ଅଛନ୍ତି କି ନାହିଁ ତାର ତଦନ୍ତ କରିବ ଏହି ଟିମ୍ । ଗତ ମାସରେ ୨୦ ଜରଙ୍କର ନମୁନା ପରୀକ୍ଷା ହୋଇଥିବା ବେଳେ ୩ ଜଣ ସ୍କବ ଟାଇଫସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ମଧ୍ୟ ଲୋକଙ୍କୁ ସତର୍କ କରାଇଛନ୍ତି । ଚିକିତ୍ସାରେ ବିଳମ୍ବ ହେଲେ ଏହା ଘାତକ ହୋଇପାରେ । ତେଣୁ ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି ।
