ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା

ରାଜ୍ୟ ବାହାରେ ଥିବା ମହିଳା ପାଇବେ ସୁଭଦ୍ରା ଯୋଜନାର ଲାଭ 

ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ରାଜ୍ୟ ବାହାରେ ଥିବା ମହିଳା ବି ଏବେ ସୁଭଦ୍ରା ଯୋଜନାର ଲାଭ ପାଇପାରିବେ । ମହିଳାମାନଙ୍କୁ ସଚେତନ କରିବା ପାଇଁ ସୁଭଦ୍ରା ସଚେତନତା ରଥ ସାରା ଓଡ଼ିଶାରେ ବୁଲିବ । ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଶନିବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ରଥର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଭଦ୍ରା କେବଳ ଯୋଜନା ନୁହେଁ, ଏହା ଅସ୍ମିତାର ପରିଚୟ ହେବ । ସୁଭଦ୍ରା ଯୋଜନା ମହିଳାଙ୍କ ଆକାଂକ୍ଷା ପୂରଣ କରିବାରେ ସହାୟକ ହେବ । ସଚେତନତା ରଥ ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ଯିବ । ମା,ଭଉଣୀଙ୍କୁ ସଚେତନ କରିବ। ମହିଳାମାନେ ସଶକ୍ତ ହେଲେ ବିକଶିତ ଓଡ଼ିଶାର ସ୍ବପ୍ନ ପୂରଣ ହୋଇପାରିବ । ଏହି ରଥ ପ୍ରଥମେ ଭୁବନେଶ୍ୱରରେ ବୁଲିବ। ପରେ ସବୁ ଜିଲାରେ ଏହା ଗଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *