ରୁଷ ଓ ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଏବେ ଚର୍ଚ୍ଚାର କେନ୍ଦ୍ରସ୍ଥଳ ପାଲଟିଛି ୟୁକ୍ରେନର ଖେରସନ ଅଂଚଳ । କାରଣ ଏକ ପୁରୁଣା ଡ୍ୟାମର ବନ୍ଧ ଭାଙ୍ଗିବା ପରେ ଏହି ଅଂଚଳରେ ପାଣି ପଶିଯାଇଛି । ସ୍ଥାନୀୟ ପ୍ରଶାସକଙ୍କ କହିବା ଅନୁସାରେ ପ୍ରାୟ ୬ ଶହ ବର୍ଗ କିଲୋମିଟର ଅଂଚଳରେ ପାଣି ଭରିଯାଇଛି । ସୋଭିଏତ ରୁଷ ଅମଳର ପୁରୁଣା କାଖୋକା ଡ୍ୟାମ ବନ୍ଧ ଭାଙ୍ଗିବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ଏହି ଡ୍ୟାମର ବନ୍ଧ ଭାଙ୍ଗିଥିବା କୁହାଯାଉଛି । ହେଲେ କିଏ କରିଛି ଏହି କ୍ଷେପଣାସ୍ତ୍ର ମାଡ଼, ତାକୁ ନେଇ ରୁଷ୍ ଓ ୟୁକ୍ରେନ ପରସ୍ପର ଉପରେ ଦୋଷ ଲଦୁଛନ୍ତି । ରୁଷ୍ କ୍ଷେପଣାସ୍ତ୍ର ମାଡ଼ ପରେ ବନ୍ଧ ଭାଙ୍ଗିଥିଲା ବୋଲି ପ୍ରଥମେ ୟୁକ୍ରେନ ଅଭିଯୋଗ କରିଥିଲା । ଏହାକୁ ରୁଷ୍ ଖଣ୍ଡନ କରିବା ସହ ୟୁକ୍ରେନ ହିଁ ଏପରି କରିଥିବା ପାଲଟା ଅଭିଯୋଗ ଆଣିଛି । ଏସବୁ ଭିତରେ ବନ୍ୟା ପ୍ରଭାବିତ ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।
Related Posts
ଭାରତୀୟଙ୍କ ବୟକଟ୍ ଟ୍ରେଣ୍ଡ ପରେ ୩ ଦିନରେ ୧୦୦ କୋଟି କ୍ଷତି
- User 003
- January 10, 2024
- 0
ଇକ୍ୱାଡୋରରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ହତ୍ୟା
- Editor
- August 11, 2023
- 0
ଭାରତରେ ହଇଚଇ ସୃଷ୍ଟି କରିଛି ହିଣ୍ଡେନବର୍ଗର ପୋଷ୍ଟ
- User 003
- August 11, 2024
- 0