ନଦୀରେ କରିପାରିବେନି ମୂର୍ତ୍ତି ବିସର୍ଜନ

ନଦୀରେ ମୂର୍ତ୍ତି ବିସର୍ଜନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ନଦୀରେ ମୂର୍ତ୍ତି ବିସର୍ଜନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବିଏମସି। ଆବଶ୍ୟକ ପଡିଲେ ଅନୁଷ୍ଠାନଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ । ଏ ନେଇ ବିଏମସି ପକ୍ଷରୁ ସ୍ୱତନ୍ତ୍ର ଅସ୍ଥାୟୀ ପୋଖରୀ କରାଯାଇଛି । ପ୍ରତିବର୍ଷ କୁଆଖାଇ ଏବଂ ଦୟା ନଦୀରେ ବହୁ ମୂର୍ତ୍ତି ବିସର୍ଜନ ହେଉଛି । ମୂର୍ତ୍ତିରେ ବ୍ୟବହୃତ ନଡା ଓ କେମିକାଲ ପାଣିରେ ମିଶିବା ଦ୍ୱାରା ଜଳ ପ୍ରଦୂଷଣ ହେଉଛି । ଏହାକୁ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଖରୀ ଖୋଳାଯାଇଛି । ପୋଖରୀର ଚତୁ ପାଶ୍ୱର୍ରେ ଜରି ଦିଆଯାଇଛି । ବଡ ବଡ ମୂର୍ତ୍ତିଗୁଡିକୁ ହାଇଡ୍ରା ସହାୟତାରେ ଗାଡିରୁ ଉଠାଇ ପୋଖରୀରେ ବିସର୍ଜନ କରାଯିବାର ବ୍ୟବସ୍ଥା କରାଯାଇଛି । ଅଧିକାଂଶ ମୂର୍ତ୍ତି ରାତିରେ ବିସର୍ଜନ ହେଉଥିବାରୁ ଦୁର୍ଘଟଣାକୁ ଏଡାଇବା ପାଇଁ ପୋଖରୀ ଚାରିପାଖକୁ ଆଲୋକୀକରଣ କରାଯାଇଛି । ଟଙ୍କପାଣି ବ୍ରିଜ୍ ନିକଟରେ ଗୋଟିଏ ଅସ୍ଥାୟୀ ପୋଖରୀ ଖୋଳାଯାଇଛି ।

Leave a Reply

Your email address will not be published. Required fields are marked *