ସନ୍ଦୀପ ଘୋଷଙ୍କୁ ରିମାଣ୍ଡରେ ନେଲା ସିବିଆଇ

୮ ଦିନିଆ ରିମାଣ୍ଡରେ ସନ୍ଦୀପ ଘୋଷ

ଆରଜି କର ମେଡିକାଲ କଲେଜ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ରିମାଣ୍ଡରେ ନେଇଛି ସିବିଆଇ । ଆର୍ଥିକ ଅନିୟମିତତା ମାମଲାରେ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଓ ସହାୟତା କରିଥିବା ଅନ୍ୟ ତିନିଜଣଙ୍କୁ ସିବିଆଇ ଆଜି କୋଲକାତା ସ୍ଥିତ ଅଲ୍ଲୀପୁର ଜଜ୍ କୋର୍ଟରେ ହାଜର କରିଥିଲା । କୋର୍ଟ ମାମଲାର ଶୁଣାଣି କରି ସମସ୍ତଙ୍କୁ ୮ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ସନ୍ଦୀପ ଘୋଷଙ୍କ ରିମାଣ୍ଡରେ ଯାଇଥିବା ଅନ୍ୟ ୩ ଜଣ ହେଲେ ବିପ୍ଲବ ସିଂହ, ସୁମନ ହଜାରା ଓ ଅଫସର ଅଲ୍ଲୀ ଖାନ୍ । ଏହି ୪ ଅଭିଯୁକ୍ତଙ୍କୁ ଆସନ୍ତା ୧୦ ତାରିଖରେ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଅଭିଯୁକ୍ତ ମାନଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଏହି ଅଭିଯୁକ୍ତମାନେ ସିବିଆଇ ରାଡାରକୁ ଆସିଥିଲେ । ଘଟଣାର ତଦନ୍ତ କରି ସିବିଆଇ କଲେଜରେ ଆର୍ଥିକ ହେରଫେର ମାମାଲରେ ସମସ୍ତଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *