ଅବସର ପରେ ବି କରିପାରିବେ ଭଲ ରୋଜଗାର

ଅବସର ପରେ ମାସକୁ ମିଳିବ ୨୦ହଜାର ଟଙ୍କା

ଏବେ ଭଲ ରୋଜଗାର କରିପାରିବେ ଅବସରପ୍ରାପ୍ତ ବ୍ୟକ୍ତି । ଅବସର ପରେ ମାସକୁ ମିଳିବ ୨୦ହଜାର ଟଙ୍କା ପେନସନ । ପୋଷ୍ଟ ଅଫିସ ସ୍କିମର ଏକ ବଡ଼ ଯୋଜନା ସିନିୟନ ନାଗରିକ ସଞ୍ଚୟ ଯୋଜନାରେ ଟଙ୍କା ବିନିଯୋଗ କରି ଅବସର ପରେ ଘରେ ବସି ପାଇବେ ପେନସନ । ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ପ୍ରତି ମାସରେ ରୋଜଗାର କରିବା ସହଜ ନୁହେଁ, କିନ୍ତୁ ଯଦି ଚାକିରି ସମୟରେ ସଠିକ୍ ସ୍ଥାନରେ ଟଙ୍କା ବିନିଯୋଗ କରାଯାଏ, ତେବେ ରିଟାୟରମେଣ୍ଟ ପରେ ମଧ୍ୟ ଆପଣ କରିପାରିବେ ଭଲ ରକମର ଇନକମ୍ ।

୬୦ ବର୍ଷରୁ ଅଧିକ କୌଣସି ଭାରତୀୟ ନାଗରିକ ଏହି ଯୋଜନାରେ ଯେକୌଣସି ରାଶି ଜମା କରିପାରିବେ। ଏହି ଯୋଜନାରେ ସର୍ବାଧିକ ବିନିଯୋଗ ହେଉଛି ୩୦ ଲକ୍ଷ, ପୂର୍ବରୁ ଏହା ମାତ୍ର ୧୫ ଲକ୍ଷ ଥିଲା । ଅବସର ପରେ ମାସିକ ଆୟ ପାଇବା ସହଜ ହୋଇ ନ ଥିବାରୁ ସରକାର ସମସ୍ତଙ୍କ ସୁବିଧା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ପାଞ୍ଚ ବର୍ଷର ପରିପକ୍ୱତା ସହିତ ଏସସିଏସଏସ ବା ସିନିୟର ନାଗରିକ ସଞ୍ଚୟ ଯୋଜନା ଅବସର ସମୟରେ ଏକ ସ୍ଥିର ଆୟ ପ୍ରଦାନ କରେ ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଛୋଟ ସଞ୍ଚୟ ଯୋଜନା ଯାହା ଆପଣଙ୍କର ଅବସର ଯୋଜନାର ସମାଧାନ ପ୍ରଦାନ କରିଥାଏ । ଏହି ଯୋଜନା ଅଧୀନରେ ବରିଷ୍ଠ ନାଗରିକମାନଙ୍କୁ ୨୦,୦୦୦ ପେନସନ ମିଳିପାରିବ । ବିନିଯୋଗ ଉପରେ ୮.୨ ପ୍ରତିଶତ ସୁଧ ମଧ୍ୟ ମିଳିଥାଏ । ଏସସିଏସଏସ ଯୋଜନାରେ ମ୍ୟାଚ୍ୟୁରିଟି ଅବଧି ୫ ବର୍ଷ । ଏହାର ଅର୍ଥ ଯଦି ଆପଣ ସିନିୟର ନାଗରିକ ସଞ୍ଚୟ ଯୋଜନା ଅଧୀନରେ ୩୦ ଲକ୍ଷ ଟଙ୍କା ବିନିଯୋଗ କରନ୍ତି, ତେବେ ଆପଣ ପ୍ରତିବର୍ଷ ପ୍ରାୟ ୨,୪୬,୦୦୦ ଟଙ୍କା ସୁଧ ପାଇବେ । ବର୍ତ୍ତମାନ ଯଦି ଆମେ ଏହି ରାଶି ମାସିକ ଆଧାରରେ ହିସାବ କରିବା । ମାସକୁ ୨୦,୫୦୦ ଟଙ୍କା ।

୫୫ ରୁ ୬୦ ବର୍ଷ ବୟସର ସ୍ୱେଚ୍ଛାସେବୀ ଅବସରପ୍ରାପ୍ତ କର୍ମଚାରୀମାନେ ମଧ୍ୟ ଏହି ଆକାଉଣ୍ଟ ଖୋଲିପାରିବେ । ଯେଉଁମାନେ ଏହି ଯୋଜନାରେ ଯୋଗଦେବାକୁ ଚାହୁଁଛନ୍ତି ସେମାନେ ନିକଟସ୍ଥ ଡାକଘର ପରିଦର୍ଶନ କରି ଏକ ଆକାଉଣ୍ଟ ଖୋଲିପାରିବେ । ଦେଶର ଯେକୌଣସି ଡାକଘର କିମ୍ବା ଅଫିସିଆଲ୍ ବ୍ୟାଙ୍କରେ ଏସସିଏସଏସ ଆକାଉଣ୍ଟ୍ ସହଜରେ ଖୋଲାଯାଇପାରିବ । ଏକ ସରକାରୀ ପ୍ରାୟୋଜିତ ବିନିଯୋଗ ଯୋଜନା ହୋଇଥିବାରୁ ଏସସିଏସଏସ ନିରାପଦ ଏବଂ ନିର୍ଭରଯୋଗ୍ୟ ବୋଲି କୁହାଯାଇପାରେ । ଏହି ଯୋଜନା ଅନ୍ୟ ସଞ୍ଚୟ ଯୋଜନା ତୁଳନାରେ ଅଧିକ ସୁଧ ହାର ପ୍ରଦାନ କରେ ।

Leave a Reply

Your email address will not be published. Required fields are marked *