ରାଜ୍ୟରେ କାୟା ବିସ୍ତାର କରୁଛି ବାର୍ଡ ଫ୍ଲୁ

ପୁରୀ ପରେ ଏବେ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ଆତଙ୍କ

ରାଜ୍ୟରେ ବାର୍ଡ ଫ୍ଲୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ପୁରୀ ଜିଲା ପିପିଲି ବ୍ଲକରେ ବାର୍ଡ ଫ୍ଲୁ ପରେ ଏହା ଡେଲାଙ୍ଗ ଓ ନିମାପଡ଼ାକୁ ବ୍ୟାପିଲାଣି। ଏଭଳିସ୍ଥିତିରେ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ସନ୍ଦେହ ଆଶଙ୍କ କରାଯାଉଛି। କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ନରସିଂହପୁର ରାସ୍ତା କଡ଼ରୁ ରବିବାର ୪ ବସ୍ତା ମୃତ କୁକୁଡ଼ା ଠାବ ହୋଇଛି। କିଏ ଓ କାହିଁକି ମୃତ କୁକୁଡ଼ା ରାସ୍ତା କଡ଼ରେ ଫିଙ୍ଗିଛନ୍ତି ତାହା ସ୍ପଷ୍ଟ ଜଣାପଡି ନାହିଁ। ହେଲେ କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ସନ୍ଦେହ ବଢ଼ିବାରେ ଲାଗିଛି।ଖବର ପାଇ ଜିଲା ପ୍ରାଣୀ ସହ ଚିକିତ୍ସାଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି, ଡେରାବିଶ ବ୍ଲକ ଚିକିତ୍ସା ଅଧିକାରୀ ଦିଲୀପ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ମଲା କୁକୁଡାର ରକ୍ତ ନମୁନା ସଂଗ୍ରହ କରିଛନ୍ତି। ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯିବ। ରିପୋର୍ଟ ଆସିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *