ଜାମ୍ମୁ କାଶ୍ମୀର କୁଲଗାମରେ ଏନକାଉଣ୍ଟର

ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ

ଜାମ୍ମୁ କାଶ୍ମୀର କୁଲଗାମରେ ଏନକାଉଣ୍ଟର। ୩ ଆତଙ୍କୀ ନିପାତ। ଭାରତୀୟ ସେନା କାଶ୍ମୀରର କୁପୱାଡା ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ସହିତ ଦୁଇଟି ପୃଥକ ଅପରେସନରେ କରାଯାଇଥିଲା ଯେଉଁଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । କିଛି ଆତଙ୍କବାଦୀ ଭାରତକୁ ପ୍ରବେଶ କରୁଥିବାର ସୂଚନା ମିଳିବା ପରେ ଭାରତୀୟ ସେନା ଓ ଜମ୍ମୁ କଶ୍ମୀର ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ସେନା ଏବଂ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । କୁପୱାରାର ମାସିଲରେ ସୁରକ୍ଷାବାହିନୀ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ବେଳେ ତଙ୍ଗଧରରେ ଜଣେ ଆତଙ୍କୀ ନିହତ ହୋଇଛି । ସେହିପରି ଆହୁରି ଆତଙ୍କବାଦୀ ଲୁଚି ରହିଥିବା ନେଇ ସନ୍ଦେହ କରାଯାଉଛି ଯେଉଁଥିପାଇଁ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି । ନିକଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହା ମଧ୍ୟ କହିଛନ୍ତି ଯେ ଉପତ୍ୟକାରେ ଆତଙ୍କ ବିସ୍ତାର କରୁଥିବା ଲୋକଙ୍କୁ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave a Reply

Your email address will not be published. Required fields are marked *