ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ

ନାମାଙ୍କନ, ପ୍ରତ୍ୟାହାର ଦଳର ନିଷ୍ପତ୍ତି

ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ। ରାଜ୍ୟସଭା ଉପନିର୍ବାଚନ ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ଗତ ୨୧ ତାରିଖ ଦିନ ରାଜ୍ୟସଭା ପାଇଁ ନାମାଙ୍କନ ଭରିଥିଲେ ଜଗନ୍ନାଥ ପ୍ରଧାନ। ନାମାଙ୍କନ ପ୍ରତ୍ୟାହାର ନେଇ ପ୍ରତିକ୍ରିୟା ରଖିଛନ୍ତି ଜଗନ୍ନାଥ ପ୍ରଧାନ । କହିଲ, ‘ଦଳୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଅନୁସାରେ ନାମାଙ୍କନ ଦାଖଲ କରିଥିଲି । ଦଳ ନେତୃତ୍ୱର ନିଷ୍ପତ୍ତି ଅନୁସାରେ ନାମାଙ୍କନ ପ୍ରତ୍ୟାହାର କଲି । ପାର୍ଟିର ଶୃଙ୍ଖଳିତ କାର୍ୟ୍ୟକର୍ତ୍ତା ଭାବେ ଦଳୀୟ ନିଷ୍ପତ୍ତି ପାଳନ କରିଛି । ଦଳର ଏହା ଆଭ୍ୟନ୍ତରୀଣ ଷ୍ଟ୍ରାଟେଜୀ ଥିଲା ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *