ମୁଖ୍ୟମନ୍ତ୍ରୀ ଅଫିସ ‘ନବାନ୍ନ’ ଘେରିବେ ଛାତ୍ରଛାତ୍ରୀ
କୋଲକାତା ଅଭୟା ଘଟଣା । ମମତା ସରକାରଙ୍କ ବିରୋଧରେ ଆନ୍ଦୋଳନ ଡାକରା ଦେଇଛି ଛାତ୍ର ସଙ୍ଗଠନ । ଅଭୟାଙ୍କୁ ନ୍ୟାୟ ଦେବାକୁ ଟିଏମସି ବିରୋଧରେ ବିକ୍ଷୋଭ କରିବେ ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ଅଫିସ ‘ନବାନ୍ନ’ ଘେରାଉ କରିବେ ୩୦ହଜାର ଛାତ୍ରଛାତ୍ରୀ । ବିନା କୌଣସି ରାଜନୈତିକ ବ୍ୟାନରରେ ଏହି ବିକ୍ଷୋଭର ଡାକରା ଦିଆଯାଇଛି। ପ୍ରଥମଥର ପାଇଁ ଏତେ ସଂଖ୍ୟାରେ ଲୋକେ ମମତା ସରକାର ବିରୋଧରେ ରାସ୍ତାକୁ ଓହ୍ଲାଇବେ। ଯାହାର ପ୍ରଭାବ ଏବେଠୁ ଦେଖା ଦେଲାଣି। କୋଲକାତାକୁ ସଂଯୋଗ କରୁଥିବା ସବୁ ପ୍ରବେଶ ପଥକୁ ସିଲ୍ କରି ଦିଆଗଲାଣି। ଏହାର ସିଧା ପ୍ରଭାବ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ ଉପରେ ପଡ଼ିଛି। କାରଣ କୋଲକାତାରୁ ରାତିରେ ଓଡ଼ିଶାକୁ ବସ୍ ଆସୁଛି ଓ ସକାଳେ ଓଡ଼ିଶା ପଟୁ ବସ୍ କୋଲକାତା ଯାଉଛି । ଟ୍ରାଫିକ ଜାମ୍ ହେବା ଫଳରେ ଲୋକେ ଘଣ୍ଟା ଘଣ୍ଟା ଧରି ଫସିବା ଆଶଙ୍କା ଦେଖାଦେଇଛି।