ପୁଣି ତାରାପ୍ରସାଦ ବାହିନୀପତିଙ୍କୁ କଣଠେସା
ପୁଣି ତାରାପ୍ରସାଦ ବାହିନୀପତିଙ୍କୁ କଣଠେସା। ୭ ଜଣିଆ ତାଲିକାରେ ନାହିଁ ନାଁ। ନଅ ଦିନ ତଳେ ଓଡ଼ିଶା କଂଗ୍ରେସ ପାଇଁ ଏକ ଷ୍ଟିୟରିଂ କମିଟି ଗଠନ କରିଥିଲା ଏଆଇସିସି। ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ତାଙ୍କ ସମେତ ୧୪ ଜଣ ସଦସ୍ୟ ଥିବା ବେଳେ ଦଳର ଅନେକ ବଡ଼ ନେତାଙ୍କୁ ଏଥିରେ ସାମିଲ କରାନଯିବାକୁ ନେଇ ଦେଖାଯାଇଥିଲା ବିବାଦ। ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ ଭଳି ନେତାଙ୍କୁ ଏହି କମିଟିରେ ସାମିଲ କରାଯାଇ ନଥିଲେ। ଅନ୍ୟପକ୍ଷରେ ଏଆଇସିସି ଆଜି ଏହି ଷ୍ଟିୟରିଂ କମିଟିରେ ୭ ଜଣ ନେତାଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସାମିଲ କରିଛି। କିନ୍ତୁ ଏହି ୭ ଜଣଙ୍କ ମଧ୍ୟରେ ନାହାନ୍ତି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। ଏଭଳି କରି ତାଙ୍କୁ ଦଳ ପୁଣି କୋଣଠେସା କରିଛି ବୋଲି କୁହାଯାଉଛି।
ଷ୍ଟିୟରିଂ କମିଟି ପାଇଁ ଏଆଇସିସି ପକ୍ଷରୁ ଆଜି ଯେଉଁମାନଙ୍କ ନାଁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ଘୋଷଣା କରାଯାଇଛି, ସେମାନେ ହେଉଛନ୍ତି- ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ନରସିଂହ ମିଶ୍ର, ରାମଚନ୍ଦ୍ର ଖୁଣ୍ଟିଆ, ସନ୍ତୋଷ ସିଂହ ସାଲୁଜା ଓ ଶରତ ରାଉତ।