ବନ୍ଦ ହେବ ଡ୍ୟାନ୍ସ ବାର୍
ଆଉ ଚାଲିବନି ଡ୍ୟାନ୍ସ ବାର୍ । ଡ୍ୟାନ୍ସ ବାର୍ କୁ ନେଇ ବଡ଼ ବୟାନ ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରାଜ୍ୟରେ ଡ୍ୟାନ୍ସ ବାର୍ ସଂପୂର୍ଣ୍ଣ ବନ୍ଦ ହେବ କହିଛନ୍ତି ଅବକାରୀ ମନ୍ତ୍ରୀ । ଏଥିସହିତ ସ୍କୁଲ, କଲେଜ, ମନ୍ଦିର ପାଖରେ ମଦ ଦୋକାନ ରହିବନାହିଁ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି । ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ଯଥେଷ୍ଟ ଦୂରରେ ରହିବ ମଦ ଦୋକାନ । ଅବକାରୀ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ । ଚୋରା ମଦ କାରବାର ନେଟୱର୍କର ମୂଳୋତ୍ପାଟନ ହେବ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
