କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା

କୋଲକାତା ମାମଲା, ସୁପ୍ରିମକୋର୍ଟରେ ହେବ ଶୁଣାଣି

କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ନିଜ ଆଡ଼ୁ ହସ୍ତକ୍ଷେପ କରି ମାମଲାର ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି ସର୍ବୋଚ୍ଚ ଅଦାଲତ। ଆସନ୍ତାକାଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ। ଏପଟେ ମାମଲାର ଖୋଳତାଡ ଚଳାଇଛି CBI। ଆର୍.ଜି. କର ମେଡିକାଲ କଲେଜର ତତ୍କାଳୀନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ୩ ଦିନ ହେଲା ଘାଣ୍ଟୁଛି ସିବିଆଇ। ଗିରଫ ଅଭିଯୁକ୍ତ ସଞ୍ଜୟ ରୟର ସାଇକୋ-ଆନାଲିସିସ୍ ଟେଷ୍ଟ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ, ଏଥିପାଇଁ କୋଲକାତାରେ ପହଞ୍ଚିଛନ୍ତି ସେଣ୍ଟ୍ରାଲ ଫରେନ୍ସିକ୍ ସାଇନ୍ସ ଲାବ୍ରୋଟରି-CFSLର ୫ ଜଣିଆ ଟିମ୍।

Leave a Reply

Your email address will not be published. Required fields are marked *