ପାକିସ୍ତାନ, ଚୀନରୁ କଲ୍ ଆସିବାକୁ ବ୍ୟବହାର ହେଉଥିଲା ସିମ୍ ବକ୍ସ

ସିମ୍ ବକ୍ସ ଚଳାଉଥିଲେ ବାଂଲାଦେଶୀ

ଭୁବନେଶ୍ବରରୁ ସିମ୍ ବକ୍ସ ଜବତ ଘଟଣାରେ ପୋଲିସ କମିଶନରଙ୍କ ବଡ଼ ବୟାନ। ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏ ସିମ୍ ବକ୍ସ ଜରିଆରେ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶରୁ କଲ୍ ଆସିବାକୁ କରାଯାଉଥିଲା ଯୋଜନା। ଏହାର ମାଷ୍ଟର ମାଇଣ୍ଡ ବାଂଲାଦେଶୀ ନାଗରିକ ଆଶାଦ୍ଦୁର ଜମାନ। ଗତକାଲି ଏ ଘଟଣାରେ ଗିରଫ ହୋଇଥିବା ଯୁବକ ପଶ୍ଚିମବଙ୍ଗର ରାଜୁ ମଣ୍ଡଳ ଏଠାରେ କେବଳ ଏଜେଣ୍ଟ ଭାବେ କାମ କରୁଥିବା କଥା ସିପି କହିଛନ୍ତି। ତେବେ ଏହି ସିମବକ୍ସକୁ ଏଠାରେ କେଉଁ ପ୍ରକାର ଅପରାଧିକ କାର୍ଯ୍ୟରେ ଲାଗାଯାଇଥିଲା, ସେ ସମ୍ପର୍କରେ ସବିଶେଷ ଜଣାପଡ଼ିନି। ଗତ ଅକ୍ଟୋବର ୨୧ରେ ଭାରତରେ ପ୍ରବେଶ କରିଥିଲା ଆଶାଦ୍ଦୁର ଜମାନ। ଭୁବନେଶ୍ବର ଆସି ରାଜୁ ସହ ଲିଙ୍ଗରାଜ ହୋଟେଲରେ ରହିଥିଲା। କେଶୁରାରେ ଭଡ଼ା ଘର ନେଇ ସିମ୍ ବକ୍ସ ରାକେଟ୍ ଚଳାଇ ଆସୁଥିଲେ।

ଆଶାଦ୍ଦୁର ନିର୍ଦ୍ଦେଶରେ ରାଜୁ ମଣ୍ଡଳ ଭୁବନେଶ୍ବରରେ କାର୍ଯ୍ୟ କରୁଥିଲା। ୫ଟି ଅପରେସନାଲ୍‌ ସିମ୍ ବକ୍ସ ମିଳିଛି, ସେଥିରୁ ୨୫୫ ସିମ୍ ଆକ୍ଟିଭ ଥିଲା। ପ୍ରାୟ ୧ ହଜାର ସିମ୍ ମିଳିଛି, ସେଥିରୁ ୫୮ଟି ଅବ୍ୟବହୃତ ସିମ୍ ରହିଛି। ରାଜୁକୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରାଯିବ ବୋଲି ପୋଲିସ କମିଶନର କହିଛନ୍ତି।

Leave a Reply

Your email address will not be published. Required fields are marked *