ଗଞ୍ଜେଇ କାରବାର ରୋକିବା ଉପରେ ଫୋକସ

ବିଭିନ୍ନ ସ୍ଥାନରୁ ବିପୁଳ ଗଞ୍ଜେଇ ଜବତ

ଗଞ୍ଜେଇ କାରବାର ବିରୋଧରେ ରାଜ୍ୟ ପୋଲିସକୁ ମିଳିଛି ବିଭିନ୍ନ ସ୍ଥାନରେ ସଫଳତା । କନ୍ଧମାଳ ଫିରିଙ୍ଗିଆ ଥାନା ପୋଲିସ ଚାଲାଣ ପାଇଁ ପ୍ରସ୍ତୁତ ହେବା ବେଳେ ୫୧୫ କିଲୋଗ୍ରାମ ବେଆଇନ ଗଞ୍ଜେଇ ଜବତ କରିଛି । ଏଥିପାଇଁ ଫିରିଙ୍ଗିଆ ଥାନାରେ କେସ୍ ନଂ ୧୨୨/୨୩ ଆଇନର ପ୍ରଯୁଜ୍ୟ ବିଭାଗ ଅନୁଯାୟୀ ପଞ୍ଜିକୃତ ହୋଇଛି |  ସେହିପରି କନ୍ଧମାଳ ପୋଲିସ ପକ୍ଷରୁ ଗୋଚପଡା ଥାନାର ୩୧ଟି, ବାଲିଗୁଡା ଥାନାର ୧୩ଟି ଏବଂ ଫିରିଙ୍ଗିଆ ଥାନାର ଗୋଟିଏ ମାମଲାରେ ଜବତ କରାଯାଇଥିବା ୫୧୩୯ କିଲୋଗ୍ରାମ ୨୧୫ ଗ୍ରାମ ଗଞ୍ଜେଇ ଗଞ୍ଜାମର ସେରଗଡ଼ ଠାରେ ନଷ୍ଟ କରାଯାଇଛି । ଅନ୍ୟପଟେ ରୟାଗଡା ଜିଲ୍ଲାର ୧୪ଟି NDPS ମାମଲାରେ ଥିବା ୧୬୭୪ କେଜି ୧୩୪ ଗ୍ରାମ ଗଞ୍ଜେଇ ରାୟଗଡା ଡ୍ରଗ୍ ନିଷ୍କାସନ କମିଟି ଦ୍ୱାରା ନଷ୍ଟ କରାଯାଇଛି ।