କଂଗ୍ରେସରୁ ବିଜୟ ପଟ୍ଟନାୟକଙ୍କ ଇସ୍ତଫା

କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ

କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ । ପ୍ରଶାସନିକ ଅଧିକାରୀରୁ କଂଗ୍ରେସ ନେତା ସାଜିଥିବା ବିଜୟ ପଟ୍ଟନାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଏଆଇସିସିକୁ ମେଲ୍ ଲେଖି ନିଜ ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି ବିଜୟ ପଟ୍ଟନାୟକ । ତେବେ ସାଧାରଣ ନିର୍ବାଚନ ପରେ କଂଗ୍ରେସର ବିପର୍ଯ୍ୟୟ ଦେଖି , ଓଡିଶା କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଥିଲା । ଏହାପରେ ଗତ ଦିନେ କଂଗ୍ରେସ ନିଜର ଷ୍ଟିୟରିଂ କମିଟି ଗଠନ କରିଥିଲା । ହେଲେ ଏହି ଷ୍ଟିୟରିଂ କମିଟିରେ ବହୁ ବଡ ବଡ ନେତାଙ୍କୁ ସାମିଲ କରାଯାଇନଥିଲା, ଏମିତି କି ବିଜୟ ପଟ୍ଟନାୟକଙ୍କୁ ମଧ୍ୟ ଷ୍ଟିୟରିଂ କମିଟିରୁ ବାଦ୍ ଦିଆଯାଇଥିଲା ।

ଇସ୍ତଫା ଦେବା ପରେ ବିଜୟ ପଟ୍ଟନାୟକ କହିଛନ୍ତି, ମୋର କିଛି ଆବଶ୍ୟକତା ନଥିଲା, ତେଣୁ ଯେଉଁ ଦଳରେ ଆବଶ୍ୟକତା ନାହିଁ, ସେଠି ଆତ୍ମସମ୍ମାନର ସହ ବଞ୍ଚିହେବନି । ତେଣୁ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *