ଭିନେଶଙ୍କ ଆବେଦନ ଖାରଜ କଲେ ସିଏଏସ

ପଦକ ପାଇବେନି ଭିନେଶ ଫୋଗାଟ

ନିରାଶ ହେଲେ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ । ଭିନେଶଙ୍କ ପ୍ୟାରିସ୍ ଅଲିମ୍ପିକ୍ସ ପଦକ ଆବେଦନ ଖାରଜ କଲେ ସିଏଏସ୍ । ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା କୁସ୍ତିଯୋଦ୍ଧା ଫାଇନାଲ ମ୍ୟାଚ ପୂର୍ବରୁ ଅଯୋଗ୍ୟ ଘୋଷଣା ହୋଇଥିଲେ, ଏହାପରେ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ ଭିନେଶ ଫୋଗାଟ । ନିର୍ଦ୍ଧାରିତ ଓଜନଠୁ ମାତ୍ର ୧୦୦ ଗ୍ରାମ ଓଜନ ଅଧିକ ହେବାରୁ ଫାଇନାଲ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଥିଲେ ଭିନେଶ, ତେଣୁ ଏନେଇ ସେ ସିଏଏସଙ୍କ ନିକଟରେ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ, କିନ୍ତୁ ଗତ ୩ ଥର ଶୁଣାଣିକୁ ଘୁଞ୍ଚାଇ ଘୁଞ୍ଚାଇ ଶେଷରେ ଭିନେଶଙ୍କୁ ମେଡାଲ ଦେବାକୁ ମନା କରିଦେଇଛନ୍ତି ସିଏଏସ୍ ।

Leave a Reply

Your email address will not be published. Required fields are marked *