ବାଚସ୍ପତି ଡକାଇଥିବା ଦିଗଦର୍ଶନ କାର୍ଯ୍ୟକ୍ରମକୁ ବିଜେଡିର ବିରୋଧ

ବିଧାୟକଙ୍କ ପ୍ରଶିକ୍ଷଣକୁ ଯିବନି ବିଜେଡି

ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବନି ବିଜେଡି ବିଧାୟକ । ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ବିଜେପି ଦଳୀୟ କାର୍ଯ୍ୟକ୍ରମ ଭଳି ଆୟୋଜନ କରାଯାଉଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ସାମ୍ୱାଦିକ ସମ୍ମିଳନୀ କରି ଦଳ ପକ୍ଷରୁ କୁହାଯାଇଛି ଯେ, ଯାହା ପରମ୍ପରା ରହିଛି ତାହାର ବ୍ୟତିକ୍ରମ ଦେଖାଯାଉଛି । ଗୃହର ସଦସ୍ୟ ନଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜେ.ପି ନଡ୍ଡାଙ୍କ ଭଳି ବ୍ୟକ୍ତି ବିଶେଷଙ୍କ ଦ୍ଵାରା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ ଓ ଉଦଯାପନ ପରମ୍ପରାର ଭଙ୍ଗ ବୋଲି ଅଭିଯୋଗ କରିଛି ଦଳ । ଏହି କାର୍ଯ୍ୟକ୍ରମର ଉଦଘାଟନ ମୁଖ୍ୟମନ୍ତ୍ରୀ କି ଗୃହର ବାଚସ୍ପତିଙ୍କ ଦ୍ୱାରା କରାଯିବା ଉଚିତ୍ ବୋଲି ଦଳ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *