ସର୍ବୋଚ୍ଚ ନ୍ୟାୟାଳୟ ଗଲେ ରାହୁଲ

ହଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକର୍ଟ ଗଲେ ରାହୁଲ

ସୁପ୍ରିମକୋର୍ଟ ଗଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ‘ମୋଦି ସାଙ୍ଗିଆ’ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟରେ ପିଟିସନ ଦାଖଲ କରିଛନ୍ତି ରାହୁଲ ।  ସୋମବାର ତାଙ୍କ ଓକିଲ ପ୍ରଧାନ ବିଚାରପତିଙ୍କୁ ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିପାରନ୍ତି । ଗତ ୭ ତାରିଖରେ ମୋଦୀ ସାଙ୍ଗିଆ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଗୁଜରାଟ ହାଇକୋର୍ଟ ଝଟ୍‌କା ଦେଇଥିଲେ | ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବା ପାଇଁ ରାହୁଲଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ । ୨୦୧୯ରେ ମୋଦୀ ସାଙ୍ଗିଆକୁ ନେଇ ରାହୁଲଙ୍କ ଟିପ୍ପଣୀ ପାଇଁ ଗୁଜରାଟର ସେସନ୍ସ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ରାହୁଲ ଗାନ୍ଧି ସଂସଦ ସଦସ୍ୟତା ହରାଇବା ସହ ଆଗାମୀ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ। ମାନହାନି ଦଣ୍ଡାଦେଶକୁ ଚ୍ୟାଲେଂଜ କରି ରାହୁଲ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ହାଇକୋର୍ଟ ମଧ୍ୟ ତଳ ଅଦଲତଙ୍କ ଦଣ୍ଡାଦେଶକୁ କାଏମ ରଖିଥିଲେ ।