ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍

ବିଜେଡି ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍

ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ। ରାଉରକେଲା ବିଧାୟକ ସାରଦା ପ୍ରସନ୍ନ ନାୟକଙ୍କୁ ହାଇକୋର୍ଟ ଜାରି କଲେ ସମନ । ରସିଦ୍ ଅସଲମ ନାମକ ଜଣେ ଭୋଟର ସାରଦାଙ୍କ ନାଁରେ ମାମଲା ଦାଏର କରିଥିଲେ। ୨୭ ଅଗଷ୍ଟ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ରହିଛି । ଏହାପୂର୍ବରୁ ବିଜେପି ନେତା ତଥା ପରାଜିତ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟ ସାରଦାଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଏହାପୂର୍ବରୁ ରାଜ୍ୟର ଅନେକ ବିଧାୟକଙ୍କ ବିରୋଧରେ ସମାନ ଅଭିଯୋଗ ଆସିଛି । ଆଉ ହାଇକୋର୍ଟରୁ ସମନ ଜାରି କରାଯାଇଛି । ଏହାପୂର୍ବରୁ ବାସୁଦେବପୁର, ବ୍ରହ୍ମପୁର, ପାଟଣାଗଡ, ଯାଜପୁର ଲୋକସଭା, କଂଟାବାଞ୍ଜି, ଭୁବନେଶ୍ୱର ଏକାମ୍ର, ଭୁବନେଶ୍ୱର ମଧ୍ୟ ଆଦିର ନିର୍ବାଚିତ ବିଧାୟକଙ୍କ ବିରୋଧରେ ଆସିଛି ସମାନ ଅଭିଯୋଗ ।

Leave a Reply

Your email address will not be published. Required fields are marked *