ବିହାରର ଏକ ମନ୍ଦିରରେ ଦଳାଚକଟା

ମନ୍ଦିରରେ ଦଳାଚକଟା, ଚାଲିଗଲା ୭ଜଣଙ୍କ ଜୀବନ

ବିହାରର ଏକ ମନ୍ଦିରରେ ଦଳାଚକଟା । ଦଳାଚକଟାରେ ଚାଲିଗଲା ୭ଜଣଙ୍କ ଜୀବନ । ବିହାର ଜେହନାବାଦ ସିଦେ୍ଧଶ୍ୱର ମନ୍ଦିରରେ ଅଘଟଣ । ପ୍ରବଳ ଭିଡ଼ ହେତୁ ମନ୍ଦିରରେ ଦଳାଚକଟା ହୋଇଥିଲା । ୭ ଜଣ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଥିବା ନେଇ ସୂଚନା । ଏହି ଅଘଟଣରେ ଆହୁରି ୯ ଜଣ ଗୁରୁତର ହୋଇଛନ୍ତି । ଶ୍ରାବଣ ମାସ ସୋମବାର ନିମନ୍ତେ ଆଜି ସକାଳେ ସିଦ୍ଧେଶ୍ୱର ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମହାଦେବଙ୍କୁ ଜଳଲାଗି କରିବା ନିମନ୍ତେ ଭକ୍ତଙ୍କ ଲମ୍ବା ଲାଇନ୍‌ ଲାଗିଥିବା ବେଳେ ସ୍ଥିତି ନିୟନ୍ତ୍ରଣ ନିମନ୍ତେ ପୋଲିସ ଫୋର୍ସ ବି ଉପସ୍ଥିତ ଥିଲେ। ହଠାତ୍‌ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାରେ ଧାଁଦୌଡ଼ ହେବାକୁ ଲାଗିଥିଲେ ଭକ୍ତ । ଫଳରେ କିଛି କିଛି ଭକ୍ତ ତଳେ ପଡ଼ି ଯାଇଥିଲେ ଓ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *