କାନ୍ଦୁଛନ୍ତି ହସାଉଥିବା ମଣିଷ
ଯିଏ ଦିନେ ସମସ୍ତଙ୍କୁ ହସାଉଥିଲେ ଆଜି ସେ କଷ୍ଟ ଯନ୍ତ୍ରଣାରେ କାନ୍ଦୁଛନ୍ତି । ପରଦା ଉପରେ ଅଭିନୟ କରି ହସାଉଥିବା ଚେହେରା ପଛରେ ଯେ କେତେ ଦୁଃଖ ରହିଛି, ତାହା ଜାଣିହୁଏ ନାହିଁ । ପରଦା ପଛରେ ସେମାନେ କେତେ ସମସ୍ୟା ସହ ସଂଘର୍ଷ କରନ୍ତି, ତାହା ଜାଣିବା କଷ୍ଟକର । ବଲିଉଡ ଜଗତର ହାସ୍ୟ ଅଭିନେତା ଅତୁଲ ପରଚୁରେଙ୍କୁ ନେଇ ଆସିଛି ଏକ ଦୁଃଖଦ ଖବର । ଅତୁଲ କର୍କଟ ରୋଗରେ ପୀଡିତ ଥିବା ବେଳେ ଅନେକ ଦିନ ହେଲାଣି ସେ ଏହି ରୋଗ ସହ ଲଢ଼ିଆସୁଥିବା ଇଟାଇମ୍ସର ଏକ ସାକ୍ଷାତକାରରେ କହିଛନ୍ତି । ସେ କହିଛନ୍ତି ଯେ ଅଲଟ୍ରାସୋନୋଗ୍ରାଫିରୁ ତାଙ୍କୁ ଯକୃତରେ ୫ ସେଣ୍ଟିମିଟରର ଟ୍ୟୁମର ହୋଇଥିବା ଏବଂ ଏହା କର୍କଟଗ୍ରସ୍ତ ଥିବା ଜଣାପଡ଼ିଥିଲା । ଡାକ୍ତର ସବୁ ଠିକ ହେବ ବୋଲି କହିଥିଲେ ବି ଚିକିତ୍ସାର ପ୍ରଭାବ ମୋ ଉପରେ ପଡ଼ିଲା ନାହିଁ । ମୋର ଅବସ୍ଥା ବିଗିଡ଼ିବା ସହ ମୋର ସର୍ଜରୀ ମଧ୍ୟ ବିଳମ୍ବ ହୋଇଥିଲା। ରୋଗ ଠିକ ସମୟରେ ଜଣାପଡ଼ିଥିଲେ ବି ଚିକିତ୍ସା ଭୁଲ ହୋଇଥିଲା। ଏହା ପରେ ମୁଁ ମୋର ଡାକ୍ତର ବଦଳାଇଲି ବୋଲି ଅତୁଲ କହିଛନ୍ତି ।
