ବୈଧ ପ୍ରମାଣପତ୍ର ନଥିଲେ ଛାଡ଼ିବେ ଓଡ଼ିଶା: ପୃଥ୍ୱୀରାଜ ହରିଚନ୍ଦନ

ଖୁବଶୀଘ୍ର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଯାଞ୍ଚ

ଖୁବଶୀଘ୍ର ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଯାଞ୍ଚ ହେବ। ଯେଉଁମାନଙ୍କ ପାଖରେ ଓଡ଼ିଶା କିମ୍ବା ଭାରତରେ ରହିବା ପାଇଁ ବୈଧ ପ୍ରମାଣ ପତ୍ର ନଥିବ, ସେମାନଙ୍କୁ ନିଜ ଦେଶକୁ ପ୍ରତ୍ୟାର୍ପଣର ବ୍ୟବସ୍ଥା କରାଯିବ । ବାଂଲାଦେଶୀ ଅନୁପ୍ରବେଶ ଉଦ୍ୟମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯେଉଁମାନେ ପୂର୍ବରୁ ଶରଣାର୍ଥୀ ହୋଇ ଆସିଛନ୍ତି, CAA ଆଇନ ପ୍ରାବଧାନ ଅନୁଯାୟୀ ସେମାନଙ୍କୁ ସୁରକ୍ଷା ଓ ସୁବିଧା ଯୋଗାଇ ଦିଆଯିବ । କିନ୍ତୁ ବହୁ ବାଂଲାଦେଶୀ ପଶ୍ଚିମବଙ୍ଗ ଓ ସମୁଦ୍ର ପଥ ଦେଇ ଓଡ଼ିଶା ଭିତରକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି । ସେହି ଅନୁପ୍ରବେଶକାରୀଙ୍କୁ ଅଟକାଇବା ପାଇଁ ବର୍ଡର ପୋଲିସ, କୋଷ୍ଟ ଗାର୍ଡ ଓ ସାମୁଦ୍ରିକ ପୋଲିସ ମୁତୟନ ପାଇଁ ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇ ସାରିଛନ୍ତି । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଫଳ ହେବେ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *