ପାଣ୍ଡିଆନଙ୍କ ହେଲିକ୍ୟାପ୍ଟରେ ଗସ୍ତକୁ ନେଇ ପରିବହନ ମନ୍ତ୍ରୀଙ୍କ ବଡ଼ ବୟାନ

ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ହେବ ତଦନ୍ତ

ପାଣ୍ଡିଆନଙ୍କ ହେଲିକ୍ୟାପ୍ଟରେ ଗସ୍ତକୁ ନେଇ ପରିବହନ ମନ୍ତ୍ରୀଙ୍କ ବଡ଼ ବୟାନ । ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଆରମ୍ଭ । ଖୁବଶୀଘ୍ର ହେବ କାର୍ଯ୍ୟାନୁଷ୍ଠାନ । ଭିକେ ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ଖର୍ଚ୍ଚର ତଦନ୍ତ ଚାଲିଛି । ଜଣେ ବ୍ୟକ୍ତି ଯଦି ସର୍ବ ସମ୍ମୁଖରେ ରାଜକୋଷକୁ ଲୁଣ୍ଠନ କରିବେ, ଏହା କେବେ ଗ୍ରହଣୀୟ ନୁହେଁ । ଆମ ସରକାର ଏ କଥାକୁ ପୁରା ନଜର ରଖିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ଏନେଇ ତଦନ୍ତ ଚାଲିଛି । ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ।ଏହା ଏକ ପ୍ରକ୍ରିୟା, ହେଲିକପ୍ଟର କିଏ ନେଇ ପାରିବ ଏହାର ଏକ ବିଦ୍ଧି ଅଛି । ସମ୍ପୂର୍ଣ୍ଣ ବିଧିର ଯେ ଉଲ୍ଲଂଘନ କରେ ତା ଉପରେ ସରକାର କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ । ଏ ଘଟଣାର ଆଉ ପୁନରାବୃତ୍ତି ନହେଉ । ଆମ ସରକାର ଏ ନେଇ ପ୍ରତିଶ୍ରୁତି ବଦ୍ଧ । ଯିଏ ଦୋଷ କରିଛି ତା ଉପରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ । ଲୋକ ମଧ୍ୟ ଏହାକୁ ମଧ୍ୟ ଚାହିଁ ରହିଛନ୍ତି ।

Leave a Reply

Your email address will not be published. Required fields are marked *