ଜାଭେଲିନ୍ ଥ୍ରୋରେ ଭାରତକୁ ରୌପ୍ୟ ଦେଲେ ନୀରଜ
ଜାଭେଲିନ୍ ଥ୍ରୋରେ ଭାରତକୁ ମିଳିଛି ଏକ ରୌପ୍ୟ ପଦକ। ଗୋଲ୍ଡେନ ବୟ ନୀରଜ ଚୋପ୍ରା ପ୍ୟାରିସ୍ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ଦ୍ଵିତୀୟ ସ୍ଥାନରେ ରହି ରୌପ୍ୟ ଜିତିଛନ୍ତି ନିରଜ୍। ପାକିସ୍ତାନର ଅର୍ଶଦ ନଦିମ ଏକ ରେକର୍ଡ ସୃଷ୍ଟି କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ନୀରଜ ୮୯.୪୫ ମିଟର ଥ୍ରୋ କରିଥିବା ବେଳେ ଅର୍ସଦ ନଦିମ ୯୨ ମିଟର ପକାଇଥିଲେ । ନୀରଜଙ୍କ ରୌପ୍ୟ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୫ ରେ ପହଞ୍ଚିଛି। ଗୋଟିଏ ରୌପ୍ୟ ୪ଟି ବ୍ରୋଞ୍ଜ ଜିତିଛି ଭାରତ।