କୁସ୍ତିକୁ ଅଲବିଦା କହିଲେ ଭିନେଶ ଫୋଗଟ୍‌

କୁସ୍ତି ଜିତିଗଲା, ମୁଁ ହାରିଗଲି: ଭିନେଶ ଫୋଗଟ୍‌

କୁସ୍ତିକୁ ଅଲବିଦା କହିଲେ ଭିନେଶ ଫୋଗଟ୍‌। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ସବୁଦିନ ପାଇଁ କୁସ୍ତି ଛାଡିଛନ୍ତି ଭିନେଶ୍। ସେ କୁସ୍ତିରୁ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଏଥିସହ ଭାବ ବିହ୍ଵଳ ପୋଷ୍ଚ କରି ଲେଖିଛନ୍ତି, କୁସ୍ତି ମୋ ବିପକ୍ଷରେ ମ୍ୟାଚ୍ ଜିତିଗଲା, ମୁଁ ହାରିଗଲି। ୨୦୦୧ରୁ କୁସ୍ତିରେ କ୍ୟାରିୟର ଆରମ୍ଭ କରିଥିଲେ ଭିନେଶ କୁସ୍ତି ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ନାଁ ସୃଷ୍ଟି କରିଥିବା ଭିନେଶ ଫୋଗଟ, ହରିୟାଣାର ଭିବାନୀଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନ ୨୫ ଅଗଷ୍ଟରେ ହେବାକୁ ଯାଉଛି। ସେ ୨୫ ଅଗଷ୍ଟ ୧୯୯୪ରେ ଜନ୍ମ ହୋଇଥିଲେ। ହରିୟାଣାର ସବୁଆଡେ କୁସ୍ତିର ପରିବେଶ ଦେଖାଯାଉଥିବା ବେଳେ, ଭିନେଶ ଫୋଗଟଙ୍କ ପରିବାର ମଧ୍ୟ କୁସ୍ତି ସହିତ ଜଡିତ ଥିଲା।

୨୦୦୧ରେ କୁସ୍ତିରେ ନିଜର କ୍ୟାରିଅର୍ ଆରମ୍ଭ କରିଥିବା ଭିନେଶ ଫୋଗଟ୍ ଗୋଟିଏ ପରେ ଗୋଟିଏ ଅନେକ ରେକର୍ଡ ସୃଷ୍ଟି କରିଚାଲିଲେ। କୁସ୍ତି ପ୍ରତିଯୋଗିତାରେ ଭିନେଶ ଅନେକ ସଫଳତା ହାସଲ କରି ହେଇଗଲେ ରେକର୍ଡ ରାଣୀ। ତିନିଥର ୨୦୧୬, ୨୦୧୭, ୨୦୧୮ କମନ୍‌ୱେଲଥ୍‌ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ୍ କରିଥିଲେ ଭିନେଶ ଫୋଗଟ। ଯଦିଓ ୨୦୧୬ ରିଓ ଅଲିମ୍ପିକ୍ସରେ ଆଣ୍ଠୁରେ ଗଭୀର ଆଘାତ କାରଣରୁ ସେ ଅନେକ ମାସ ଖେଳରୁ ଦୂରେଇ ରହିଥିଲେ, କିନ୍ତୁ ସେ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିଥିଲେ। ୨୦୧୮ ମସିହାରେ ସେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିଥିଲେ। ୨୦୧୯ରେ ବିଶ୍ୱ ରେସଲିଂ ଚାମ୍ପିଅନ୍‌ସିପ୍‌ରେ ବ୍ରୋଞ୍ଜ୍‌ ପଦକ ବିଜେତା ହୋଇଥିଲେ। ଏସିଆନ୍ ଚାମ୍ପିୟନଶିପ୍‌ରେ ଭିନେଶ ମଧ୍ୟ ଦୁଇଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୨୦୨୪ ପ୍ୟାରିସ ଅଲିମ୍ପିକରେ ମଧ୍ୟ ସେ ଦମଦାର ପ୍ରଦର୍ଶନ କରିଥିଲେ । କିନ୍ତୁ ଓଭରୱେଟ ପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଏହାପରେ ସେ କୁସ୍ତିରୁ ସନ୍ୟାସ ନେଇଛନ୍ତି ।

Leave a Reply

Your email address will not be published. Required fields are marked *