ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ହଟିଲା ଫାଇଭ୍ -ଟି ଚାର୍ଟର ଓ ‘ମୋ ସରକାର’

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା 5T ଚାର୍ଟର । 5T ଚାର୍ଟର ସହ ହଟିଲା ମୋ ସରକାର । କ, ଖ, ଗ ବର୍ଗର କର୍ମଚାରୀଙ୍କ ଉପରୁ ହଟିଲା 5T । 5T ଚାର୍ଟର ହଟାଇଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ୨୦ ବର୍ଷ ଶାସନ କ୍ଷମତାରେ ରହିବା ପରେ ଓଡ଼ିଶା ଶାସନକୁ ସ୍ୱଚ୍ଛ, ସକ୍ରିୟ ଓ ଦକ୍ଷ କରିବା ଉଦ୍ଦେଶ୍ୟରେ ୫-ଟି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ୨୦୧୯ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଦିଆଯାଇଥିଲା ୩-ଟି ମନ୍ତ୍ରରେ ଆଉ ଦୁଇଟି ଟି ଯୋଡ଼ା ଯାଇଥିଲା ନିର୍ବାଚନ ପରେ ଓ ତାହାକୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବେ ନାମିତ କରା ବି ଯାଇଥିଲା । ତାହାର ତଦାରଖ ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବେ ଜଣେ ସଚିବ ନିଯୁକ୍ତ ହୋଇଥିଲେ। ଏହି ସଚିବ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ।

ଏହି ୫-ଟିର ଗୋଟିଏ ଗୋଟିଏ ଟି ହେଉଛି ୧. ଟ୍ରାନ୍ସପ୍ୟାରେନ୍ସି ବା ସ୍ୱଚ୍ଛତା, ୨. ଟୋକ୍ନୋଲୋଜି ବା ପ୍ରଯୁକ୍ତି, ୩. ଟିମୱାର୍କ ବା ଦଳବଦ୍ଧତା, ୪. ଟ୍ରାନ୍ସଫର୍ମେସନ ବା ରୂପାନ୍ତରଣ ଏବଂ ୫. ଟାଇମ ଲିମିଟ ବା ସମୟବଦ୍ଧତା। ପଞ୍ଚମ ଦଫା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାର କିଛି ଦିନ ଭିତରେ ୨୦୧୯ ଜୁଲାଇ ମାସରେ ପ୍ରଥମ ତିନିଟି ଟି ସହିତ ଆଉ ଦୁଇଟି ଟି ଯୋଡ଼ି ୫-ଟି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *