ରିମାଣ୍ଡରେ ଖୋଲିଲା ସତ୍ୟଜିତର କଳାକାରନାମା

୪୯ ନୁହେଁ ୯୯ ରାଣୀଙ୍କ ରାଜା ସତ୍ୟଜିତ

ମଜନୁ ତାଲିକାରେ ୯୯ ମହିଳା। ୪୯ ନୁହେଁ ୯୯ ମହିଳାଙ୍କ ତାଲିକା ପ୍ରସ୍ତୁତ କରିଥିଲା ମଜନୁ ସତ୍ୟଜିତ ସାମଲ। ରିମାଣ୍ଡ ଖୋଲିଲା ଦୁଲହେ ରାଜାର କଳାକାରନାମା। ଅଭିଯୁକ୍ତ ସତ୍ୟଜିତର ମୋବାଇଲ ଯାଞ୍ଚ ପରେ ଏକାଧିକ ମହିଳାଙ୍କ ଅଶ୍ଳୀଳ ଫଟୋ ଭିଡିଓ ଥିବା ଜଣାପଡିଛି। ଅଭିଯୁକ୍ତ କେତେ ମହିଳାଙ୍କ ଭିଡ଼ିଓ ସୁଟ କରିଛି, ତାର ଭିଡ଼ିଓ ଭର୍ତ୍ତି ପେନଡ୍ରାଇଭ ଜବତ କରିଛି ପୁଲିସ । ସେହିପରି ଫେକ ପୁଲିସ ଆଇଡି ସହ ପାସପୋର୍ଟ ଜବତ କରିଛି। ସେହିପରି ୬ଟି ଭାଷାରେ କଥା ବାର୍ତା କରିପାରେ ଏହି ଠକ। ମିଳିଥିବା ସୂଚନା ମୁତାବକ, ଡିପ୍ଲୋମା, ବିବିଏ,ହସ୍ପିଟାଲିଟି ମ୍ୟାନେଜର, କିଙ୍ଗଫିସର ଏୟାରଲାଇନ୍ସରେ କାମ କରିବା ସହ ମହିଳାଙ୍କୁ ଠକିବାରେ ଥିଲା ମାହିର । ରିମାଣ୍ଡ ବେଳେ ସବୁ କଳାକାରନାମା ଉପରୁ ପର୍ଦ୍ଦା ଉଠିଛି । ଆଜି ମଜନୁ ସତ୍ୟଜିତର ରିମାଣ୍ଡ ଅବଧି ଶେଷ ହୋଇଛି। ଏବେ ସେ ଜେଲ ଯିବ। ଆବଶ୍ୟକ ପଡିଲେ ପୋଲିସ ପୁଣି ରିମାଣ୍ଡରେ ଆଣିପାରେ।

Leave a Reply

Your email address will not be published. Required fields are marked *