ଟିମ୍‌ ଇଣ୍ତିଆକୁ ବଡ଼ ଝଟକା

ସେମିଫାଇନାଲରେ ଖେଲିବେନି ଅମିତ ରୋହିଦାସ

ଆଜି ହେବାକୁ ଥିବା ସେମିଫାଇନାଲ୍ ମୁକାବିଲାରେ ଦେଖିବାକୁ ମିଳିବନି ଅମିତଙ୍କ ଜଲୱା। ଓଡ଼ିଆ ଖେଳାଳିଙ୍କ ଉପରେ ଗୋଟିଏ ମ୍ୟାଚର ବ୍ୟାନ୍ ଲଗାଇଛି ଅନ୍ତର୍ଜାତୀୟ ହକି ସଂଘ। ଫଳରେ ଜର୍ମାନୀ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିପାରିବେନି ଏହି ଷ୍ଟାର ଡିଫେଣ୍ଡର। ଭାରତୀୟ ହିକ ଟିମର ଡିଫେଣ୍ଡର ଆସନ୍ତା ମ୍ୟାଚରୁ ବାଦ ପଡ଼ିବା ଟିମ ପାଇଁ ଅସୁବିଧା ହୋଇପାରେ । ତେବେ ଏହି ନିଷ୍ପତ୍ତି ବିରୋଧରେ ହକି ଇଣ୍ଡିଆ ଆବେଦନ କରିଛି । FIHରେ ଏହି ବ୍ୟାନ ବିରୋଧରେ ଆବେଦନ କରାଯାଇଛି । ଅମିତ ରୋହିଦାସଙ୍କୁ ଯେଉଁ ଭଳି ଭାବେ ରେଡ୍ କାର୍ଡ ଦିଆଗଲା ସେ ନେଇ ଆପତ୍ତି ଉଠାଇଛି ହକି ଇଣ୍ଡିଆ।

ଅଭିଯୋଗରେ ୩ଟି କଥା ଉଠାଇଛି ହକି ଇଣ୍ଡିଆ। ମ୍ୟାଚରେ ଅମ୍ପାୟରିଂ ଏବଂ ନିଷ୍ପତ୍ତିର ଗୁଣବତ୍ତାକୁ ନେଇ ଚିନ୍ତା ବ୍ୟକ୍ତ କରିଛି ହକି ଇଣ୍ଡିଆ। ଭିଡ଼ିଓ ଅମ୍ପାୟାର ଅନିରନ୍ତର ଭାବେ ରିଭ୍ୟୁ ନେଇଛନ୍ତି। ବିଶେଷ କରି ଜଣେ ଭାରତୀୟ ଖେଳାଳିଙ୍କୁ ଯେଭଳି ଭାବେ ରେଡ୍ କାର୍ଡ ଦିଆଗଲା ତାହା ଦ୍ବାରା ଭିଡିଓ ରିଭ୍ୟୁ ସିଷ୍ଟମ ଉପରେ ବିଶ୍ବାସ ହ୍ରାସ ପାଇଛି ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି।ସେହିପରି ସୁଟଆଉଟ୍ ସମୟରେ ହିଁ ଗୋଲ୍ ପୋଷ୍ଟ ପଛରେ ଗୋଲକିପରଙ୍କୁ କୋଚିଂ ଦିଆଯାଇଥିଲା। ସୁଟଆଉଟ୍ ସମୟରେ ହିଁ ଜଣେ ଗୋଲ୍ କିପର ଭିଡିଓ ଟାବଲେଟର ବ୍ୟବହାର କରିଥିଲେ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି।