ମଧ୍ୟପ୍ରଦେଶରେ ବଡ଼ ଧରଣର ଅଘଟଣ

ପାଚେରୀ ଭୁଶୁଡ଼ି ୯ ଶିଶୁଙ୍କ ମୃତ୍ୟୁ

ମଧ୍ୟପ୍ରଦେଶ ସାଗର ଶାହାପୁରରେ ମନ୍ଦିର ପାଚେରୀ ଭୁଶୁଡ଼ି ୯ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତ ଶିଶୁଙ୍କ ବୟସ ୧୦ରୁ ୧୪ ବର୍ଷ ମଧ୍ୟରେ । ଶାହାପୁରର ମନ୍ଦିର ନିକଟରେ କିଛି ଲୋକ ଶିବଲିଙ୍ଗ ତିଆରି ଚାଲିଛି । ଏହି ଅବସରରେ ମନ୍ଦିରରେ ଭାଗବତ କଥା ଆୟୋଜନ ପାଇଁ ଗହଳି ଥିଲା । ମନ୍ଦିର ପରିସରରେ ଛିଡ଼ା ହୋଇଥିବାବେଳେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ସକାଳ ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଛି।ଫଳରେ ଘଟଣାସ୍ଥଳରେ ୯ ଶିଶୁଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଜେସିବିରେ ମାଟି ଖୋଳାଯାଇ ପୋତି ହୋଇଯାଇଥିବା ପିଲାଙ୍କୁ ଉଦ୍ଧାର କରାଯାଇଥିଲେ ବି ସେମାନଙ୍କ ମଧ୍ୟରୁ ୯ଜଣଙ୍କର ମୃତ୍ୟୁ ହୋଇସାରିଥିଲା ଏବଂ ଏକାଧିକ ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *