‘ଭବିଷ୍ୟତରେ BJD ରହିବନି’

ଖାଲି ହୋଇଯିବ BJD ବସା: ଅରବିନ୍ଦ ଢାଲି

ଖାଲି ହୋଇଯିବ BJD ବସା। ଏଭଳି କହିଛନ୍ତି ବିଜେପି ନେତା ଅରବିନ୍ଦ ଢାଲି। ଅରବିନ୍ଦଙ୍କ ମନ୍ତବ୍ୟ ପରେ ଜୋର ଧରିଲା ରାଜନୀତି । ମମତା ମହାନ୍ତଙ୍କ ଇସ୍ତଫା ପରେ ବିଜେପି ନେତା ଅରବିନ୍ଦ ଢାଲି କହିଛନ୍ତି BJD ବସା ଖାଲି ହୋଇଯିବ । ଭବିଷ୍ୟତରେ BJD ରହିବନି । ସେମାନେ ଚାହିଁଲେ ରଖି ପାରିବେ ନାହିଁ ବୋଲି କହିଛନ୍ତି ଅରବିନ୍ଦ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାତୀୟ ଦଳ ବିଲୟ ହୁଏନି । ଆଂଚଳିକ ଦଳର ବିଲୟ ହୁଏ । ଯିଏ ଆଂଚଳିକ ଦଳ ଗଢିଥାଏ, ସେ ଅସୁସ୍ଥ ବା ଆଉ କ’ଣ ହେଲେ ଦଳ ରହେନି । BJDରେ ସ୍ବାଧୀନତା ନାହିଁ, ବାକ୍ ସ୍ୱାଧୀନତା ନାହିଁ, ସୁପ୍ରିମୋଙ୍କୁ ଦେଖା କରି ପାରିବେ ନାହିଁ । ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି । ପାଣ୍ଡିଆନ୍ ଥିଲେ ସର୍ବେ ସର୍ବା। ୨୫ ବର୍ଷ ଶାସନରେ BJD ଯାହା କରି ପାରି ନଥିଲା ତାକୁ ଆଜି କରି ଦେଖାଉଛନ୍ତି ମୋହନ ସରକାର।

ସେପଟେ ଢାଲିଙ୍କ ନିଆଁରେ ଘିଅ ଢାଳିଛନ୍ତି ଅମର ଶତପଥୀ । ଆମୂଳ ଚୂଳ ସଂଗଠନକୁ ଠିକ୍ ନ କଲେ ଆଗକୁ ଅନେକ ଅଘଟଣ ଘଟିବ ବୋଲି ଆଶଙ୍କା କରିଛନ୍ତି ଅମର । ଆମ ସମସ୍ତଙ୍କର ଏ ଦିଗରେ ଅନୁଭବ ଅଛି। ସଂଗଠନ ଠିକ୍ କରିବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଛି, ଦେଖାଯାଉ ଆଗକୁ କଣ ହେଉଛି କହିଛନ୍ତି ଅମର ଶତପଥୀ ।

Leave a Reply

Your email address will not be published. Required fields are marked *