କେରଳ ୱାୟନାଡ ଭୂସ୍ଖଳନ

ଭୟଙ୍କର ଭୂସ୍ଖଳନ, ୮୭ ମୃତ

କେରଳ ୱାୟନାଡ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୮୭କୁ ବୃଦ୍ଧି ହୋଇଥିବାବେଳେ ଏବେବି ମାଟି ତଳେ ଶତାଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ସ୍ଥଳସେନା ଓ ନୌସେନାର ଯବାନ୍ । କେରଳର ୱାୟନାଡ଼ରେ, ସୋମବାର ରାତି ଥିଲା କାଳରାତ୍ରୀ । ସମସ୍ତେ ଗଭୀର ନିଦ୍ରାରେ ଶୋଇଥିବାବେଳେ ମାଡି ଆସିଥିଲା କାଳ । ବାହାରେ ପ୍ରବଳ ବର୍ଷା ହେଉଥିଲା। ହଠାତ୍ ଏମତି କିଛି ଘଟିଲା ଯାହା ବୁଝିବାକୁ କାହା ପାଖରେ ସମୟ ନଥିଲା । ପ୍ରବଳ ବର୍ଷାରେ ଭୀଷଣ ଭୂସ୍ଖଳନ ଘଟି ଭାସିଯାଇଥିଲା ଶହଶହ ଘର, ଗାଡି । ଆଉ ନିଖୋଜ ହୋଇଯାଇଥିଲେ ଅନେକ ଲୋକ । କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆହୁରି ଅନେକଙ୍କୁ ଖୋଜା ଚାଲିଛି । ଭୂସ୍ଖଳନରେ ମାଟିରେ ମିଶିଯାଇଛି ମୁଣ୍ଡାକାଇ, ଚୁର୍ଲାମାଲା, ଅଟ୍ଟାମାଲା ଓ ନୁଲପୁଜା ଗାଁ ।

Leave a Reply

Your email address will not be published. Required fields are marked *