ହୀରାକୁଦ ଡ୍ୟାମ୍‌ର ନିଷିଧାଞ୍ଚଳରେ ଉଡ଼ିଲା ଡ୍ରୋନ୍, ଭାଇରାଲ ହେଲା ଭିଡିଓ

ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍

ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍। ଖୁଲମଖୁଲା ହେଲା କଡ଼ାକଡ଼ି ନିୟମର ଉଲ୍ଳଂଘନ । ଆଉ ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଛତିଶଗଡ଼ରେ ପ୍ରବଳ ବର୍ଷା ହେତୁ ଗତକାଲି ହୀରାକୁଦ ଡ୍ୟାମର ୨୦ଟି ଗେଟ୍‌କୁ ପର୍ଯ୍ୟାୟକ୍ରମେ ଖୋଲା ଯାଇଥିଲା । ଜିଲ୍ଲାପାଳ ପୂଜାର୍ଚ୍ଚନା କରିବା ପରେ ହୀରାକୁଦ ଡ୍ୟାମ୍‌ର ଗେଟ୍‌ ଖୋଲାଯାଇ ମହାନଦୀର ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି। ଏହାର ଭିଡିଓ ଏବେ ସୋଶାଲ ମିଡିରେ ଘୁରି ବୁଲୁଛି। ଅପରେସନ ଗ୍ୟାଲେରୀ’ ଏକ ନିଷିଦ୍ଧାଞ୍ଚଳ ହୋଇଥିବା ବେଳେ, ତାହା ଉପରେ କିଏ ଡ୍ରୋନ୍‌ ଉଡ଼ାଇଲା, କିଏ ଭିଡିଓ କରି ଭାଇରାଲ କଲା ସେ ସମ୍ପର୍କରେ କିଛି ସୂଚନା ମିଳିନି।

ସେହିପରି ଅନ୍ୟ ଏକ ଭିଡିଓ ରେ ଜଣେ ବ୍ଲଗର ଡ୍ରୋନ କ୍ୟାମେରାରେ ହୀରାକୁଦ ଡ୍ୟାମର ଭିଜୁଆଲ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ଅପଲୋଡ କରିଛନ୍ତି । ତାହା ମଧ୍ୟ ଭାଇରାଲ ହୋଇଛି। ହୀରାକୁଦ ଡ୍ୟାମ ପରିସର ଏକ ନିଷିଦ୍ଧାଞ୍ଚଳ ହୋଇ ଥିବା ବେଳେ ସେଠାରେ କିଏ କେମିତି ଡ୍ରାନ୍‌ ଉଡାଇଲା ତାହାକୁ ନେଇ ଉଠିଛି ପ୍ରଶ୍ନ । ।ଏ ନେଇ ହାରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀ କହିଛନ୍ତି ଯେ ଏଭଳି ଭିଡିଓ ହେବା କଥା ନୁହେଁ। ସେ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି। ତେବେ, ସେ ଜିଲ୍ଲା ବାହାରେ ଥିବାରୁ ଆସନ୍ତା କାଲି ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ପ୍ରତିକ୍ରିୟା ଦେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *