ମନ୍ କି ବାତ୍‌ରେ ‘ସମ୍ବଲପୁରୀ ଶାଢ଼ି’ର ପ୍ରଶଂସା

ମନ୍‌ କି ବାତ୍‌ରେ ‘ସମ୍ବଲପୁରୀ ଶାଢ଼ି’

ମନ୍‌ କି ବାତ୍‌ରେ ମନ କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାଗରେ ଦାୟିତ୍ବ ଗ୍ରହଣ କରିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହା ମନ୍‌ କି ବାତ୍‌ର ୧୧୨ ତମ ସଂସ୍କରଣ। ତେବେ ଏଥିରେ ସମ୍ୱଲପୁରୀ ଶାଢିକୁ ସ୍ଥାନ ଦେଇଛନ୍ତି। ଅଗଷ୍ଟ ୭ରେ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମନ୍ କି ବାତରେ ପ୍ରଧାନମନ୍ତ୍ରୀ ଉଠାଇଛନ୍ତି ସମ୍ବଲପୁର ଶାଢ଼ି ପ୍ରସଙ୍ଗ। ବିଭିନ୍ନ ରାଜ୍ୟର ହସ୍ତତନ୍ତ ଶାଢ଼ି ସହ ସମ୍ବଲପୁର ଶାଢ଼ି ସମ୍ପର୍କରେ କହିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ହସ୍ତତନ୍ତ ଶାଢ଼ିର ଚାହିଦା ବଢ଼ିବାରେ ଲାଗିଛି। ଲୋକେ ଖଦୀକୁ ‌ଅଧିକ ପସନ୍ଦ କରୁଛନ୍ତି।ଲୋକଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ହସ୍ତତନ୍ତ କାରିଗରୀ। ଅଗଷ୍ଟ ୭ରେ ଦେଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବ। ସ୍ବଦେଶୀ ଉତ୍ପାଦନକୁ ଗୁରୁତ୍ବ ଦେବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ।କେବଳ ସେତିକି ନୁହେଁ, ମନ୍ କି ବାତ୍‌ରେ ପ୍ୟାରିସ୍ ଅଲିମ୍ପିକ୍ସ କଥା ବି କହିଛନ୍ତି ପ୍ରଧାନମନ୍ତ୍ରୀ। ଭାରତୀୟ ଖେଳାଳିଙ୍କୁ ଚିୟର ଅପ୍ କରିବାକୁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି। ମୋଦି କହିଛନ୍ତି, ସାରା ଦୁନିଆରେ ପ୍ୟାରିସ୍ ଅଲିମ୍ପିକ୍ସକୁ ନେଇ ଚର୍ଚ୍ଚା ଚାଲିଛି। ଏହା ଆମ ଖେଳାଳିଙ୍କୁ ବିଶ୍ୱ ମଞ୍ଚରେ ତ୍ରିରଙ୍ଗା ଉଡାଇବା ସହ ଦେଶ ପାଇଁ କିଛି କରିବାର ସୁଯୋଗ ଆଣି ଦେଇଛି। ତେଣୁ ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି । ଏଥିସହ ମ୍ୟାଥମେଟକ୍ସ ଅଲିମ୍ପିୟଡ୍ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *