ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଭୟଙ୍କର ଦୁର୍ଘଟଣା

ଖାତକୁ ଖସିପଡ଼ିଲା ଗାଡ଼ି, ଗୋଟିଏ ପରିବାରର ୮ ମୃତ

ଜମ୍ମୁ କାଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଅଭାବନୀୟ ଘଟଣା । ଖାତକୁ ଖସିପଡ଼ିଲା ଗାଡ଼ି, ଗୋଟିଏ ପରିବାରର ୮ ମୃତ। ସୂଚନା ଅନୁଯାୟୀ, ସମସ୍ତେ ଗୋଟିଏ ଗାଡ଼ିରେ ଯାତ୍ରା କରୁଥିଲେ । ତେବେ ଅନନ୍ତନାଗ ଜିଲ୍ଲାର ଡାକସୁମ ଅଞ୍ଚଳ ଦେଇ ଗାଡ଼ି ଯାଉଥିବା ସମୟରେ ହଠାତ୍ ଏକ ଗଭୀର ଖାତ ଭିତରକୁ ଗାଡ଼ିଟି ଖସି ପଡ଼ିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡ଼ିରେ ଥିବା ୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଲୋକ, ଦୁଇଜଣ ମହିଳା ଓ ୨ ଜଣ ନାବାଳକଙ୍କ ସମେତ ୫ ଜଣ ଶିଶୁ ରହିଛନ୍ତି । ଏକ ଟାମା ସୁମୋ ଗାଡ଼ିରେ ଯାତ୍ରା କରୁଥିବାବେଳେ, ଡାକସୁମ ନିକଟ ଏକ ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇଥିଲା । ଦୁର୍ଘଟଣା ସ୍ଥଳରେ ରେସକ୍ୟୁ ଅପରେସନ ଜାରିରହିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *