ଆସୁଛି ଆଉ ଏକ ଲଘୁଚାପ

୨୩ରେ ଆଉ ଏକ ଲଘୁଚାପ ଆଶଙ୍କା

୨୩ରେ ଆଉ ଏକ ଲଘୁଚାପ ଆଶଙ୍କା। ଗୋଟିଏ ଲଘୁଚାପର ପ୍ରଭାବ ନସରୁଣୁ ୨୩ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ନେଇ ଆଶଙ୍କା ଦେଖାଗଲାଣି । ଫଳରେ ରାଜ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ସହ କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ନେଇ ଆକଳନ କରୁଛି ଆଞ୍ଚଳିକ ପାଣିପାଗ ବିଭାଗ । ଏପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବାରେ ଲାଗିଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ଆଜି ପାଇଁ ୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଶେଷ କରି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। କୋରାପୁଟରେ ସମସ୍ତ ଅଧିକାରୀଙ୍କ ଛୁଟିକୁ ୨୩ ତାରିଖ ଯାଏଁ ବାତିଲ କରଯାଇଛି।

Leave a Reply

Your email address will not be published. Required fields are marked *