ବାଲାଂଦେଶରେ ସଂରକ୍ଷଣ ତାତି

ବାଲାଂଦେଶରେ ସଂରକ୍ଷଣ ତାତି, ୩୨ଜଣଙ୍କ ମୃତ୍ୟୁ

ବାଲାଂଦେଶରେ ସଂରକ୍ଷଣ ତାତି । ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ଏବଂ ବଢୁଥିବା ବେକାରୀକୁ ବିରୋଧ କରିଛନ୍ତି ବାଲାଂଦେଶ ଯୁବବର୍ଗ । ସରକାର ବିରୋଧରେ ଛାତ୍ରଙ୍କ ନାରାବାଜି । ରାଜଧାନୀ ଢାକା ଓ ଅନ୍ୟାନ୍ୟ ସ୍ଥାନରେ ହିଂସାକାଣ୍ଡ ଘଟି ଏପର୍ୟ୍ୟନ୍ତ ୩୨ ଜଣଙ୍କ ମୃତ୍ୟୁ ଘଟିଛି। ଛାତ୍ରମାନେ ସରକାରୀ ଟିଭି ‘ବିଟିଭି’ ମୁଖ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ। କୋଠା ଭିତରେ ଅନେକ ଲୋକ ଫସି ରହିଥିଲେ। ଶତାଧିକ ବିକ୍ଷୋଭକାରୀ କୋଠା ଭିତରକୁ ପ୍ରବେଶ କରିଥିଲେ। ୬୦ଟି ଗାଡ଼ି ଓ ଏକ କୋଠାରେ ନିଆଁ ଲଗାଇ ଦେଇଥିଲେ।
୧୭ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ପ୍ରାୟ ୩.୨ କୋଟି ଯୁବକ ଚାକିରି କିମ୍ବା ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ସରକାରୀ ଚାକିରିରେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ପାଇଁ ୩୦ ପ୍ରତିଶତ ସଂରକ୍ଷଣ କୋଟାକୁ ହଟାଯାଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରୁଛନ୍ତି। ସୁରକ୍ଷା ବାହିନୀ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହିଂସା ପରେ ବାଂଲାଦେଶର କର୍ତ୍ତୃପକ୍ଷ ସମଗ୍ର ଦେଶରେ ମୋବାଇଲ ନେଟୱାର୍କ ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଥିଲେ। ଏହି ବ୍ୟବସ୍ଥା ଭେଦଭାବପୂର୍ଣ୍ଣ ଏବଂ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଆୱାମୀ ଲିଗ୍ ଦଳର ସମର୍ଥକଙ୍କ ସପକ୍ଷରେ ରହିଛି ବୋଲି ଆନ୍ଦୋଳନକାରୀ କହିଛନ୍ତି । ମେରିଟ୍ ଆଧାରରେ ଚାକିରି ଦିଆଯାଉ ବୋଲି ଦାବି ହୋଇଛି।
ସଂରକ୍ଷଣକୁ ବିରୋଧ କରି ବାଂଲାଦେଶରେ ଯେଉଁ ହିଂସା ଓ ଉତେଜନା ପରିସ୍ଥିତି ଦେଖାଦେଇଛି ତାକୁ ବିଭିନ୍ନ ରାଷ୍ଟ୍ର ସମେତ ମିଳିତ ଜାତିସଂଘ ନିନ୍ଦା କରିଛି । ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଆଲୋଚନା କରି ୟୁଏନ ମୁଖ୍ୟ ଆନ୍ଥୋନିଓ ଗୁଥରେସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅପିଲ କରିଛନ୍ତି ।

Leave a Reply

Your email address will not be published. Required fields are marked *