ସୁଡ଼ଙ୍ଗକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିକ୍ରିୟା

ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଚର୍ଚ୍ଚା, ASI କରିବ ଯାଞ୍ଚ

ଶ୍ରୀମନ୍ଦିର ଭିତରେ ସୁଡ଼ଙ୍ଗ ରହିଛି କି? ଏମିତି କିଛି ଚର୍ଚ୍ଚାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସୁଡ଼ଙ୍ଗ ଚର୍ଚ୍ଚାକୁ ଖଣ୍ଡନ କରିନାହାନ୍ତି ମହାରାଜା । ସୁଡ଼ଙ୍ଗ ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା କେବଳ ASI ଯାଞ୍ଚ ଦ୍ୱାରା ଜଣାପଡ଼ିବ । ଭିତର ଓ ବାହାର ରତ୍ନ ଭଣ୍ଡାର ସମ୍ପୂର୍ଣ୍ଣ ଖାଲି ହେବା ପରେ ଏନେଇ ଅନୁଧ୍ୟାନ ଆରମ୍ଭ କରାଯିବ। ରତ୍ନ ଭଣ୍ଡାରର ମରାମତି ନିତାନ୍ତ ଆବଶ୍ୟକ । କାରଣ ASI ଦାୟିତ୍ୱ ନେବା ପରଠୁ ଆଉ ମରାମତି ହୋଇନି, ତାସହ କେବେ ଶେଷ ଥର ପାଇଁ ରତ୍ନ ଭଣ୍ଡାର ମରାମତି ହୋଇଥିଲା ତାହା ଜଣାପଡ଼ିନି । ତେଣୁ ଏହାର ମରାମତି ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ଗଜପତି । ଏବେ ଭିତର ରତ୍ନ ଭଣ୍ଡାରରୁ ମହାପ୍ରଭୁଙ୍କ ଅଳଙ୍କାରକୁ ଖଟଶେଯ ଘରକୁ ସ୍ଥାନାନ୍ତର କରାଯାଉଛି। ସେଠି ସ୍ୱତନ୍ତ୍ର ଓ ସୁରକ୍ଷିତ କବାଟ ଲାଗିଛି, କବାଟ ସିଲ୍ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଟ୍ରେଜେରୀରେ ଚାବି ଦାଖଲ କରିବେ । ଆଜି ସଂଧ୍ୟା ସୁଦ୍ଧା ସ୍ଥାନାନ୍ତର ସାରିବାକୁ ଉଦ୍ୟମ କରାଯାଉଥିବା ବେଳେ ଆସନ୍ତାକାଲି ଯାଏଁ ସମୟ ଥିବା କହିଛନ୍ତି ଗଜପତି ମହାରାଜା । ସେପଟେ ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ଥିବା ନେଇ ଜୋର ଧରୁଛି ଚର୍ଚ୍ଚା ।

Leave a Reply

Your email address will not be published. Required fields are marked *