କାହିଁକି ହେଲା ଅଘଟଣ, କାରଣ କହିଲେ ବଡ଼ ବାଡ଼ଗ୍ରାହୀ

‘ପ୍ରଭୁଙ୍କୁ ଉପାସରେ ରଖିଥିଲେ, ତେଣୁ ଏତେ ବଡ଼ ଅଘଟଣ ଘଟିଲା’

ଆଡ଼ପ ପହଣ୍ଡି ବେଳେ ବଡ଼ଠାକୁର ବଳଭଦ୍ର ଖସିପଡ଼ିବା ଘଟଣାରେ ଶେଷରେ ମୁହଁ ଖୋଲିଛନ୍ତି ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର । ହଳଧର କହିଛନ୍ତି-ଗୋଟିଏ ଦିନରେ ଗୁଣ୍ଡିଚା ଯାତ୍ରା, ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ନୀତିକାନ୍ତି ଠିକ୍ ନୁହେଁ । ନୀତିକାନ୍ତିରେ ଭୁଲ ହୋଇଛି । ଯେଭଳି ଭୋଗ ହେବା କଥା ହୋଇନି । ଗୋଟିଏ ଭୋଗରେ ଦୁଇଟି ଯାତ୍ରା ହୋଇଛି । ଗୁଣ୍ଡିଚା ଯାତ୍ରା ଦିନ ଭୋଗ ହେଲାନି, ତେଣୁ ଠାକୁର ଉପାସରେ ଗଲେ । ନେତ୍ର ଉତ୍ସବ ହୋଇନି ଅଣସର ଘରୁ କିପରି ଆଜ୍ଞାମାଳ ଗଲା ବୋଲି ପ୍ରଶ୍ନ କରିଛନ୍ତି ହଳଧର । ମହାପ୍ରଭୁ ଭୋକରେ ଥିବାରୁ ଅନିଷ୍ଟ ହେଲା ବୋଲି କହିଛନ୍ତି ହଳଧର ।