ରାଜ୍ୟରେ ଡେଙ୍ଗୁ ନିୟନ୍ତ୍ରଣ ନେଇ ବଢୁଛି ଚିନ୍ତା

ଡେଙ୍ଗୁ ଚିନ୍ତା, ସତର୍କ ରହିବାକୁ ନିର୍ଦ୍ଦେଶ

ରାଜ୍ୟରେ ଡେଙ୍ଗୁ ନିୟନ୍ତ୍ରଣ ନେଇ ବଢୁଛି ଚିନ୍ତା । ଶିକ୍ଷାନୁଷ୍ଠାନରେ ଡେଙ୍ଗୁ ବ୍ୟାପୁଥିବା ବେଳେ ଅନେକ ଛାତ୍ରଛାତ୍ରୀ ଆକ୍ରନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ଛାତ୍ରଛାତ୍ରୀଙ୍କୁ ସଚେତନ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ବିଭାଗ । ହଷ୍ଟେଲ ଓ ସ୍କୁଲ ପରିସର ସଫେଇ ପାଇଁ ସ୍କୁଲ ଓ କଲେଜ ଗୁଡ଼ିକୁ କୁହାଯାଇଛି । ଏନେଇ ଚିନ୍ତା ପ୍ରକାଶ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।