ରଥ ଉପରକୁ ଅଣସେବାୟତ ଗଲେ କାର୍ଯ୍ୟାନୁଷ୍ଠାନ

‘ରଥ ଉପରକୁ ମୋବାଇଲ୍ ମନା’

ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଆଜି ଅରବିନ୍ଦ ପାଢୀ ଦାୟିତ୍ୱ ନେଇଛନ୍ତି । ସେ ଦାୟିତ୍ୱ ନେବା ପରେ ରଥଯାତ୍ରାରେ ହୋଇଥିବା ବିଶୃଙ୍ଖଳା ଓ ଆଗାମୀ ବାହୁଡା ଯାତ୍ରାକୁ ନେଇ ଆକ୍ସନମୋଡକୁ ଆସିଛନ୍ତି । ଦାୟିତ୍ୱ ନେବା ପରେ ସେ କହିଛନ୍ତି କି, ଯଦି କୌଣସି ସେବାୟତ ରଥ ଉପରକୁ ମୋବାଇଲ ନେଇ ଯାଆନ୍ତି ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରଥ ଉପରେ ରହି କୌଣସି ସେବାୟତ ଫଟୋ କିମ୍ବା ଭିଡିଓ କରିପାରିବେ ନାହିଁ । ରଥ ଉପରେ ଅଣସେବାୟତ ଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେବଳ ସେତିକି ନୁହେଁ ରଥ ଯାତ୍ରା ବେଳେ ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ଚଢିଥିବା ନଜରକୁ ଆସିଥିଲା । ଏହାକୁ ନେଇ ମୁଖ୍ୟ ପ୍ରଶାସକ କହିଛନ୍ତି କି, ଏବେ ରଥ ଉପରେ ସୀମିତ ସେବାୟତ ଚଢିବାକୁ ଅନୁମତି ଦିଆଯିବ । ଯାହାର ସେବା ନାହିଁ ସେମାନଙ୍କୁ ରଥ ଉପରେ ଚଢିବାକୁ ଅନୁମତି ଦିଆଯିବ ନାହିଁ।