ବଡ ପରଦାରେ ଆସିବ ଶକ୍ତିମାନ

୯୦ ଦଶକରେ ଭରପୁର ମନୋରଞ୍ଜନର ଯୋଗାଉଥିଲା ଶକ୍ତିମାନ । ଟିଭି ପରଦାରେ ଏହି ସିରିଏଲ ଦେଖିବାକୁ ଥିଲା ପିଲାଠୁ ବୁଢା ଯାଏଁ ସମସ୍ତଙ୍କ ମଧ୍ୟରେ ଉତ୍ସାହ । ସକାଳ ହେଉ କି ସନ୍ଧ୍ୟା ଶକ୍ତିମାନ ନଦେଖିଲେ ସେତେବେଳେ ଆଖିକୁ ଆସୁନଥିଲା ନିଦ । ଆଉ ସମସ୍ତ ଛୋଟ ପିଲାଙ୍କ ଜୀବନର ପ୍ରଥମ ସୁପର ହିରୋ ଥିଲା ଶକ୍ତିମାନ । ତେବେ ପୁଣି ସେହି ପିଲାଦିନ ଏବେ ଫେରିବାକୁ ଯାଉଛି, ଆଉ ଏଥର ଛୋଟ ପରଦାରେ ନୁହେଁ, ବଡ ପରଦାରେ ଦେଖିପାରିବେ ଶକ୍ତିମାନ । କାରଣ ଶକ୍ତିମାନକୁ ନେଇ ତିଆରି ହେଉଛି ଫିଲ୍ମ । ଶକ୍ତିମାନ ଭୂମିକାରେ ଅଭିନୟ କରୁଥିବା ମୁକେଶ ଖନ୍ନା ଏହି ସିରିଏଲ ପାଇଁ ଘରେ ଘରେ ପରିଚିତ ହୋଇଥିଲେ । ଆଉ ଏବେ ଏହି ଚଳଚ୍ଚିତ୍ରକୁ ନେଇ ସେ ଯେଉଁ ଅପଡେଟ ଦେଇଛନ୍ତି ତାହା ଦର୍ଶକଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି । ମୁକେଶ ଖାନ୍ନା ଗତ ବର୍ଷ ସୋନି ପିକଚର୍ସ ଇଣ୍ଡିଆ ସହ ଶକ୍ତିମାନ ଫିଲ୍ମ ପାଇଁ ହାତ ମିଶାଇଥିଲେ । ଏହାର ଘୋଷଣା ସୋନି ପିକଚର୍ସ ଏକ ଟିଜର ଜରିଆରେ କରିଥିଲା । ସେବେଠାରୁ ଏହି ଫିଲ୍ମ ତିଆରି ହେବାକୁ ନେଇ ଚର୍ଚ୍ଚା ଲାଗି ରହିଛି ।