‘ହିନ୍ଦୁ ମାନଙ୍କ ବିନା ଭାରତ ପରିକଳ୍ପନା ଅସମ୍ଭବ’
ରାହୁଲ ଗାନ୍ଧୀ ଲୋକସଭାରେ ହିନ୍ଦୁ ମାନଙ୍କୁ ହିଂସ୍ର ଓ ମିଛୁଆ କହିବାକୁ ନେଇ କଂଗ୍ରେସ ଉପରେ ବର୍ଷିଲା ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, କଂଗ୍ରେସ ୫୬ ବର୍ଷ ଦେଶକୁ ଶାସନ କରିଛି ତେଣୁ ସେମାନଙ୍କର ବିରୋଧୀ ଦଳରେ ବସିବାର ଅଭ୍ୟାସ ନାହିଁ । ସେଥିପାଇଁ ସେମାନେ ଅଣ ନିଶ୍ୱାସୀ ହୋଇଛନ୍ତି, ମାନସିକ ଭାରସାମ୍ୟ ହରାଇଛି କଂଗ୍ରେସ । ରାହୁଲ ଗାନ୍ଧୀ କଣ କୁହନ୍ତି ନିଜେ ବୁଝି ପାରନ୍ତି ନାହିଁ । ରାହୁଲ ଗାନ୍ଧୀ ହିନ୍ଦୁ ମାନଙ୍କୁ ହିଂସ୍ର ଓ ମିଛୁଆ, ଆତଙ୍କବାଦୀ କହିବାକୁ ବିଜେପି ନିନ୍ଦା କରୁଛି । ଯାହା ୧୪୦ କୋଟି ଭାରତୀୟ ଏବଂ ସାଢେ ୪ କୋଟି ଓଡ଼ିଆଙ୍କୁ କଷ୍ଟ ଦେଇଛି । ହିନ୍ଦୁ ମାନଙ୍କର ସ୍ବାଭିମାନ ଓ ଆତ୍ମ ସମ୍ମାନ ଉପରେ ଯେଉଁ ମାନେ ଆଘାତ କରିଛନ୍ତି, ସେମାନେ କେହି ରହି ନାହାନ୍ତି ।
ଏହାସହ ମନମୋହନ କହିଛନ୍ତି, ଯେଉଁ ଗାତ ଯିଏ ଖୋଳନ୍ତି, ସେହି ଗାତରେ ସେମାନେ ପଡ଼ନ୍ତି । ଦେଶ ନରହିଲେ କେହି ରହିବେ ନାହିଁ । ଦେଶ ନ ରହିଲେ ରାହୁଲ ଗାନ୍ଧୀ ବି ରହିବେ ନାହିଁ, ଦେଶ ରହିଲେ ସବୁ ଦଳ ରହିବେ । ହିନ୍ଦୁ ମାନଙ୍କ ବିନା ଭାରତ ପରିକଳ୍ପନା ଅସମ୍ଭବ । ଭାରତର ଗରିମା ନଷ୍ଟ କରିବାର କାହାର ଅଧିକାର ନାହିଁ । ହିନ୍ଦୁତ୍ୱ ଏକ ଜୀବନ ଧାରା ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଭାରତକୁ ହିନ୍ଦୁସ୍ଥାନ ବୋଲି କୁହାଯାଏ । ସମସ୍ତେ ହିନ୍ଦୁ ବିଚାର ଧାରା ପାଇଁ ଲଢ଼ୁଥିଲେ । ରାହୁଲ ଗାନ୍ଧୀ ଜଣେ ମିଥ୍ୟାବାଦୀ, ହିଂସ୍ର ଓ ଆତଙ୍କବାଦୀ । ଜଣେ ଦାୟିତ୍ଵ ହୀନ ବ୍ୟକ୍ତି ଭାବେ ରାହୁଲ ଗାନ୍ଧୀ ଯାହା କହିଲେ, ତାହା ଭାରତବାସୀ, ଓଡିଶାବାସୀଙ୍କୁ ଆଘାତ ଦେଇଛି । ହିନ୍ଦୁତ୍ୱ ଅଛି ବୋଲି ଏଠାରେ ଗଣତନ୍ତ୍ର ରହିଛି । ଅନ୍ୟ ଦେଶରେ କଣ ହେଉଛି ତାହା ପୂରା ବିଶ୍ୱ ଦେଖୁଛି । ରାହୁଲ ଗାନ୍ଧୀ ଯଦି କଥା କହିପାରୁଛନ୍ତି ତେବେ ତାହା କେବଳ ଭାରତର ଗଣତାନ୍ତ୍ରିକ ଓ ରାଜନୈତିକ ବ୍ୟବସ୍ଥା ପାଇଁ ସମ୍ଭବପର ହୋଇପାରିଛି । ଯିଏ ସମ୍ବିଧାନକୁ ସମ୍ମାନ ଦେଇ ପାରିଲେ ନାହିଁ । ନିଜ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଦେଇ ପାରିଲେ ନାହିଁ, ସେ ଲୋକ ଠାରୁ ଅଧିକ ଆଶା କରିବା ବୃଥା ବୋଲି କହିଛନ୍ତି ମନମୋହନ ।