ଅଣ୍ତରଗ୍ରାଉଣ୍ତରେ ଚାଲିଥିଲା କ’ଣ ?

ବବିଙ୍କ ସରକାରୀ ଘରେ ଭଙ୍ଗାରୁଜା

ବିଜେଡି ନେତା ବବି ଦାସଙ୍କ ସରକାରୀ ଘରେ ଚାଲିଛି ଭଙ୍ଗାରୁଜା । ତେବେ କାହିଁକି ଭଙ୍ଗାରୁଜା ଚାଲିଛି ଏବଂ ଅଣ୍ଡରଗ୍ରାଉଣ୍ଡରେ କ’ଣ ଚାଲିଥିଲା, ସେ ନେଇ ଖୋଳତାଡ଼ ଚାଲିଛି। ଘରର ଅଣ୍ଡର ଗ୍ରାଉଣ୍ଡରେ କିଛି ନିର୍ମାଣ ହୋଇଥିଲା, ଯାହାକୁ ବର୍ତ୍ତମାନ ଭଙ୍ଗା ଯାଇଛି । ଅଣ୍ତର୍ ଗ୍ରାଉଣ୍ତରେ ପାଖାପାଖି ୨ରୁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ୁଛି । ପ୍ରଥମ ମହଲାରେ ବୈଠକ ହେଉଥିବା ବେଳେ ଦ୍ୱିତୀୟ ମହଲାରେ ବବିଙ୍କ ଥଇଲା ରୁମ୍ । ଏହା ସହ ତୃତୀୟ ମହଲାରେ ଦଳୀୟସାମଗ୍ରୀ ରହିଥିବା କୁହାଯାଉଛି । ତେବେ କେଉଁ ଉଦ୍ଦେଶ୍ୟରେ ସରକାରୀ ଘରେ ଏତେ ବଡ଼ ନିର୍ମାଣ ହୋଇଥିଲା? ଏହି ନିର୍ମାଣ ପାଇଁ କିଏ ଦେଇଥିଲା ଅନୁମତି ? ପ୍ରମାଣ ନଷ୍ଟ ପାଇଁ ବର୍ତ୍ତମାନ ଚାଲିଛି କି ଭଙ୍ଗାରୁଜା ? ଏସବୁକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏସବୁକୁ ନେଇ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ୧୦ ରୁ ଉର୍ଦ୍ଧ୍ୱ ଶ୍ରମିକ ମିଶି ଘର ଭାଙ୍ଗୁଥିବା ଜଣାପଡ଼ୁଛି । ଯେହେତୁ ବବି ଦାସ ବର୍ତ୍ତମାନ କୌଣସି ପଦପଦବୀରେ ନାହାଁନ୍ତି, ତାଙ୍କୁ ସେ ଘର ମଧ୍ୟ ଛାଡ଼ିବାକୁ ପଡ଼ିପାରେ । ଏଣୁ ସେ କ୍ୱାର୍ଟରର ପୂର୍ବ ଅବସ୍ଥା ଫେରାଇ ଆଣିବା ପାଇଁ କ୍ୱାର୍ଟର ଭାଙ୍ଗୁଥାଇପାରନ୍ତି ବୋଲି ସୂଚନା ମିଳୁଛି । ଏଠି ଅନେକ ପ୍ରକାର ବୈଠକ ବସୁଥିଲା । ବିଭିନ୍ନ ପ୍ରକାର ଦଳୀୟ ଆଲୋଚନା ମଧ୍ୟ ଚାଲୁଥିଲା । ତେବେ ଭଙ୍ଗାରୁଜା ପରେ ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସିବାରେ ଲାଗିଛି।